Hockey

ମହିଳା ପ୍ରୋ ଲିଗ୍‌: ଦୁଇଟି ମ୍ୟାଚ୍‌ର ନୂଆ ସୂଚୀ ଘୋଷଣା

(ଦିଲ୍ଲୀ) : ଭାରତୀୟ ପୁରୁଷ ଓ ମହିଳା ଦଳ କଳିଙ୍ଗ ଷ୍ଟାଡିୟମକୁ ଘରୋଇ ଭେନ୍ୟୁ ଭାବେ ନେଇ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ମ୍ୟାଚ୍‌ ଖେଳୁଛି । ନେଦରଲାଣ୍ଡସ ମହିଳା ଦଳ ଗତ ମାସରେ ଭୁବନେଶ୍ୱର ଗସ୍ତ କରି ଘରୋଇ ଦଳ ସହ ୨ଟି ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ କରୋନା ମହାମାରୀ ଯୋଗୁ ଦଳ ସେତେବେଳେ ଗସ୍ତ ବାତିଲ କରିଥିଲା ।

ସୂଚନାନୁଯାୟୀ , ଶୁକ୍ରବାର ପୂର୍ବ ଦୁଇଟି ମ୍ୟାଚ୍‌ର ନୂଆ ସୂଚୀ ଘୋଷଣା କରିଛି ହକି ଇଣ୍ଡିଆ । ଏପ୍ରିଲ ୮ ଓ ୯ ତାରିଖରେ ନେଦରଲାଣ୍ଡସ ଘରୋଇ ମହିଳା ଦଳ ସହ ଭୁବନେଶ୍ୱରରେ ଦୁଇଟି ମ୍ୟାଚ୍‌ ଖେଳିବ । ପୂର୍ବରୁ ନେଦରଲାଣ୍ଡସ ଫେବ୍ରୁଆରୀ ୧୯ ଓ ୨୦ ତାରିଖରେ ଏହି ଦୁଇଟି ମ୍ୟାଚ୍‌ ଖେଳିବାର ସୂଚୀ ରହିଥିଲା । ଯାହାକୁ ନେଇ ହକି ଇଣ୍ଡିଆ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲା ।

Related posts

ଜାତୀୟ କ୍ରୀଡା ଦିବସ: ଦାସତ୍ୱ ଭାରତକୁ ଏକ ନୂତନ ପରିଚୟ ଦେଇଥିଲେ ଧାନଚାନ୍ଦ

Odisha Sports Bureau

ମହିଳା ହକି ଟିମ୍ ଇଂଲଣ୍ଡ ବିପକ୍ଷରେ ନିଜର ତୃତୀୟ ମ୍ୟାଚ୍ରେ ‘ଡ୍ର’

Odisha Sports Bureau

ଅଲିମ୍ପିକ ବିଜେତା ରାଘବୀର ସିଂ ଭୋଲଙ୍କ ବିୟୋଗ

Odisha Sports Bureau