(ଓଡିଶା ସ୍ପୋଟ): ଆଜି ନୂଆଦିଲ୍ଲୀରେ ଜାତୀୟ ଯୁବ ସଂସଦ ଉତ୍ସବ ୨୦୧୯ ପୁରସ୍କାର ପ୍ରଦାନ କରିବା ଅବସରରେ ପ୍ରଧାନମନ୍ତ୍ରୀ ‘ଖେଲୋ ଇଣ୍ଡିଆ’ଆପର ଶୁଭାରମ୍ଭ କରିଛନ୍ତିା ଦେଶର କ୍ରୀଡ଼ା ସମ୍ବନ୍ଧରେ ଏହି ଆପ ସମସ୍ତ ତଥ୍ୟ ଯୋଗାଇବ । ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଦ୍ୱାରା ପ୍ରସ୍ତୁତ ହୋଇଥିବା ଖେଲୋ ଇଣ୍ଡିଆ ଆପ ମାଧ୍ୟମରେ ଖେଳ ଓ ଫିଟନେସ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ ।ସାରା ଦେଶରେ କ୍ରୀଡ଼ାର ବିକାଶ ସହ ବିଶ୍ୱସ୍ତରୀୟ କ୍ରୀଡ଼ାବିତ ସୃଷ୍ଟି କରିବା ଲକ୍ଷ ଏହି ଆପ ଦ୍ୱାରା ପୂରଣ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ହିନ୍ଦୀ ଓ ଇଂରାଜୀରେ ଆରମ୍ଭ ହୋଇଥିବା ଏହି ଆପର ତିନୋଟି ବିଶେଷତ୍ୱ ରହିଛି । ଯାହାର ପ୍ରଥମ ଭାଗରେ ୧୮ଟି କ୍ରୀଡ଼ା ଶୃଙ୍ଖଳାର ନିୟମ ରହିିଥିବା ବେଳେ ଦ୍ୱିତୀୟ ଭାଗରେ ଦେଶରେ ଥିବା ଖେଳ ସୁବିଧା ବିଷୟରେ ବର୍ଣ୍ଣନା କରାଯାଇଛି । ତୃତୀୟ ଭାଗରେ ୮ଟି ଟେଷ୍ଟ ରହିଛି ଯାହା ଦ୍ୱାରା ଫିଟନେସ ସ୍ଥର ଜାଣିହେବ । ଏହି ଉତ୍ସବରେ ଉପସ୍ଥିତ ଥିବା ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋଡ଼ କହିଛନ୍ତି ।ସରକାର ଭାରତୀୟ କ୍ରୀଡ଼ାବିତ ମାନଙ୍କ ଦକ୍ଷତାକୁ ଉଜ୍ଜୀବିତ କରି ସେମାନଙ୍କୁ ଆନ୍ତଜାର୍ତିକ କ୍ରୀଡ଼ା କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ କରିଛନ୍ତି ।
previous post