More Sports

୨୧ ଦିନିଆ ଖୋ-ଖୋ ଲିଗ୍ ଉନ୍ମୋଚିତ

(ଓଡ଼ିଶାସ୍ପୋର୍ଟ):ଗତକାଲ ିଭାରତୀୟ ଖୋ-ଖୋ ମହାସଂଘ (କେ କେ ଏଫ୍ ଆଇ) ଫ୍ରାଞ୍ଚାଇଜି ଆଧାରିତ ଲିଗ୍ ଅଲଟିମେଟ୍ଖୋ-ଖୋ ଲଞ୍ଚ୍କରିଛି।ଏହି ଲିଗ୍ ିଭାରତୀୟ କ୍ରୀଡ଼ାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। କେ କେ ଏଫ୍ ଆଇ ଡାବର ଇଣ୍ଡିଆ ଲିମିଟେଡ ସହ ମିଶି ଆଇ ପି ଏଲ ର ଆଧାରରେ ଏହି ୨୧ ଦିନିଆ ଲିଗର ଆୟୋଜନ କରିବ, ଯେଉଁଥିରେ ୮ ଟି ଫ୍ରାଞ୍ଚାଇଜି ଟିମ ମୋଟ ୬୦ ମ୍ୟାଚ୍ଖେଳିବ।
ଖେଳାଳିମାନଙ୍କ ପ୍ରାରମ୍ଭିକ ଡ୍ରାଫ୍ଟରେ ଭାରତ ବ୍ୟତୀତ ଇଂଲଣ୍ଡ, ଦକ୍ଷିଣକୋରିଆ, ଇରାନ, ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ସମେତ ବିଶ୍ୱର ଅନେକ ଖେଳାଳି ୮ ଫ୍ରାଞ୍ଚାଇଜି ପାଇଁ ଉପଲବ୍ଧ ରହିବେ। ପ୍ରତି ଟିମରେ ୧୨ ଜଣ ଲେଖାଏ ଖେଳାଳି ରହିବେ, ଯେଉଁଥିରୁ ୯ ଜଣ ମଇଦାନ କୁ ଓହ୍ଲାଇବେ ଏବଂ ତିନିଜଣ ଅତିରିକ୍ତ ରହିବେ।
ଏ ନେଇ କ୍ରୀଡ଼ାମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର କହିଛନ୍ତି, ଏହି ଲିଗ୍କ୍ରୀ ଡ଼ାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ’ସେହିପରି ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏ ସନ୍ସେକ୍ରେଟାରୀ ଜେନେରାଲ ଏବଂ କେ କେ ଏଫ ଆଇ ର ଚେୟାରମ୍ୟାନ୍ରା ଜୀବ ମେହଟା କହିଛନ୍ତି, ୨୦୧୭ ରେ ଖୋ-ଖୋ ଲିଗ୍ ଆୟୋଜନ ନେଇ ମୁଁ ଯୋଜନା କରିଥିଲି ।ଆଜି ଏହା ବାସ୍ତବରେ ରୂପାନ୍ତରିତ ହୋଇଛି। ବର୍ତ୍ତମାନ ଏହି କ୍ରୀଡ଼ାକୁ ଲୋକପ୍ରିୟ କରାଇବା ଆମର ମୂଳ ଲକ୍ଷ୍ୟ ବୋଲି ରାଜୀବ କହିଛନ୍ତି

Related posts

କାର୍ନି ସିଂ ଶୁଟିଂ ରେଞ୍ଜରେ ମାରପିଟ

Odisha Sports Bureau

ହାଫ ମାରାଥନରେ ରେକର୍ଡ ସୃଷ୍ଟିକଲେ କୋସେଗି

Odisha Sports Bureau

ପ୍ରୋ କବାଡ୍ଡି ୨୦୧୯: ୟୁପି ଯୋଦ୍ଧାକୁ ହରାଇଲା ୟୁ ମୁମ୍ବା

Odisha Sports Bureau