Cricket

ଅଶ୍ୱୀନଙ୍କ ଫିରକିରେ ଫସିଲେ କିୱି ଦଳ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧରାଶାୟୀ ହୋଇଛି ନ୍ୟୁଜିଲାଣ୍ଡ । ଅଶ୍ୱୀନ ଏବଂ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଆଗରେ ମାତ୍ର ୬୨ ରନରେ ମୁଣ୍ଡ ନୁଆଁଇଛି ବ୍ଲାକ କ୍ୟାପ୍ସ । ପ୍ରଥମ ଇନିଂସରେ ଏଜାଜ ପଟେଲ ଭାରତୀୟ ଖେଳାଳୀଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିବା ବେଳେ ଭାରତ ତରଫରୁ ଦେଖିବାକୁ ମିଳିଥିଲା ସିରାଜ ଏବଂ ଅଶ୍ୱୀନଙ୍କ ଜଲୱା । ଭାରତର ବ୍ୟାଟିଂ ସମୟରେ ଏଜାଜ ପଟେଲ ୧୦ଟି ଯାକ ୱିକେଟ ହାସଲ କରି ଟିମ ଇଣ୍ଡିଆର ବ୍ୟାଟିଂ ଅର୍ଡରକୁ ଧ୍ୱସ୍ତ-ବିଧ୍ୱସ୍ତ କରି ଦେଇଥିଲେ । ଜବାବରେ ବ୍ୟାଟିଂ ସମୟରେ ନ୍ୟୁଜିଲାଣ୍ଡର ଦୟନୀୟ ପରିସ୍ଥିତି କରିଛନ୍ତି ଇଣ୍ଡିଆନ ବୋଲର । ଦଳ ତରଫରୁ ଅଶ୍ୱୀନ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିବା ବେଳେ ଦ୍ରୁତ ବୋଲର ମହମ୍ମଦ ସିରାଜ ୩ଟି ୱିକେଟ ହାସଲ କରିଛନ୍ତି । ସେହିପରି ଅକ୍ସର ପଟେଲ ୨ଟି ଏବଂ ଜୟନ୍ତ ଯାଦବ ଗୋଟିଏ ୱିକେଟ ନେଇ ନ୍ୟୁଜିଲାଣ୍ଡ ଦଳକୁ ୬୨ ରନରେ ହିଁ ଶେଷ କରିଛି ବିରାଟ ବ୍ରିଗେଡ ।

Related posts

ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ମହମ୍ମଦ ସିରାଜ ଅଧିକ ‘ମାରାତ୍ମକ’ ଟେଷ୍ଟ ବୋଲର ଥିଲେ ?

Odisha Sports Bureau

ନ୍ୟୁଜିଲାଣ୍ଡ ଆଗରେ ୩୫୮ରନର ଟାଗେର୍ଟ ରଖିଛି ଦକ୍ଷିଣ ଆଫ୍ରିକା

Odisha Sports Bureau

ସିଡନୀରେ ଭାରତୀୟ ଖେଳାଳିଙ୍କୁ ଦିଆଯାଉଛି ଖରାପ ଖାଦ୍ୟ

Odisha Sports Bureau