Cricket

ଅଶ୍ୱୀନଙ୍କ ଫିରକିରେ ଫସିଲେ କିୱି ଦଳ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧରାଶାୟୀ ହୋଇଛି ନ୍ୟୁଜିଲାଣ୍ଡ । ଅଶ୍ୱୀନ ଏବଂ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଆଗରେ ମାତ୍ର ୬୨ ରନରେ ମୁଣ୍ଡ ନୁଆଁଇଛି ବ୍ଲାକ କ୍ୟାପ୍ସ । ପ୍ରଥମ ଇନିଂସରେ ଏଜାଜ ପଟେଲ ଭାରତୀୟ ଖେଳାଳୀଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିବା ବେଳେ ଭାରତ ତରଫରୁ ଦେଖିବାକୁ ମିଳିଥିଲା ସିରାଜ ଏବଂ ଅଶ୍ୱୀନଙ୍କ ଜଲୱା । ଭାରତର ବ୍ୟାଟିଂ ସମୟରେ ଏଜାଜ ପଟେଲ ୧୦ଟି ଯାକ ୱିକେଟ ହାସଲ କରି ଟିମ ଇଣ୍ଡିଆର ବ୍ୟାଟିଂ ଅର୍ଡରକୁ ଧ୍ୱସ୍ତ-ବିଧ୍ୱସ୍ତ କରି ଦେଇଥିଲେ । ଜବାବରେ ବ୍ୟାଟିଂ ସମୟରେ ନ୍ୟୁଜିଲାଣ୍ଡର ଦୟନୀୟ ପରିସ୍ଥିତି କରିଛନ୍ତି ଇଣ୍ଡିଆନ ବୋଲର । ଦଳ ତରଫରୁ ଅଶ୍ୱୀନ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିବା ବେଳେ ଦ୍ରୁତ ବୋଲର ମହମ୍ମଦ ସିରାଜ ୩ଟି ୱିକେଟ ହାସଲ କରିଛନ୍ତି । ସେହିପରି ଅକ୍ସର ପଟେଲ ୨ଟି ଏବଂ ଜୟନ୍ତ ଯାଦବ ଗୋଟିଏ ୱିକେଟ ନେଇ ନ୍ୟୁଜିଲାଣ୍ଡ ଦଳକୁ ୬୨ ରନରେ ହିଁ ଶେଷ କରିଛି ବିରାଟ ବ୍ରିଗେଡ ।

Related posts

ଶ୍ରୀଲଙ୍କା ସିରିଜ ପୂର୍ବରୁ ଧୱନ-ଭୁବିଙ୍କ ଭିତରେ ଲଢେଇ

Odisha Sports Bureau

ବିଶ୍ୱକପ ପାଇଁ ଭାରତକୁ କାହିଁକି ଶ୍ରେୟସ୍ ଆୟରଙ୍କ ଭଳି ବିକଳ୍ପ ଖୋଜିବା ଉଚିତ?

Odisha Sports Bureau

ଟସ୍ ଜିତି ବେଙ୍ଗାଲୁରୁର ବୋଲିଂ କରିବାକୁ ନିଷ୍ପତ୍ତି, ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି