Cricket

ସଙ୍କଟରେ କୋହଲୀଙ୍କ ଭବିଷ୍ୟତ

ନୂଆଦିଲ୍ଲୀ: ଭାରତର ଅଧିନାୟକ ବିରାଟ କୋହଲୀଙ୍କୁ ନେଇ ଅନେକ ଅଭିଯୋଗ ଏବେ ମୁଣ୍ଡ ଟେକିଛି । ଏହାକୁ ନେଇ ଭାରତୀୟ କ୍ରିକେଟ ଟିମରେ ଏବେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । କ୍ୟାପ୍ଟେନ କୋହଲୀଙ୍କ ଆଭିମୁଖ୍ୟ ଉପରେ କିଛି ବରିଷ୍ଠ ଖେଳାଳୀ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି । ଏହି ଖେଳାଳୀମାନଙ୍କୁ ପସନ୍ଦ ଆସେନି ବିରାଟଙ୍କର ନେତୃତ୍ୱ ଶୈଳୀ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ପରାଜୟ ପରେ ଏହି କଥା ପ୍ରଘଟ ହୋଇଛି । ଦଳର ଦୁଇ ଜଣ ବରିଷ୍ଠ ଖେଳାଳୀ କୋହଲୀଙ୍କ ନେତୃତ୍ୱ ଶୈଳୀ ବିରୁଦ୍ଧରେ ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ଜଣାଇଛନ୍ତି । ତେବେ ଏହି ଦୁଇ ଖେଳାଳୀ ହେଉଛନ୍ତି ଭାରତୀୟ ରେଡ ବଲ ଟିମର ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା । ଏହା ପୂର୍ବରୁ ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ କୋହଲୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ । ଉଭୟ ଏହି ମ୍ୟାଚରେ ନିଜ ଖରାପ ଫର୍ମ ସହ ସଂଘର୍ଷ କରୁଥିବାର ଦେଖାଯାଇଥିଲା । ତେବେ ପରାଜୟ ପରେ କୋହଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ରନ କରିବାର ମାନସିକତା ଦେଖାଇବା ଉଚିତ୍। ଆପଣ ଆଉଟ୍ ହେବା ନେଇ ଅଧିକ ଚିନ୍ତିତ ହେବା ଆବଶ୍ୟକତା ନାହିଁ। ଅଧିକ ରକ୍ଷାତ୍ମକ ହେଲେ ଆପଣ ବୋଲରଙ୍କ ପାଇଁ ଅନୁକୂଳ ମାହୋଲ ସୃଷ୍ଟି କରୁଛନ୍ତି।
ତେବେ ପୂଜାରା ଏବଂ ରାହାଣେଙ୍କ ଏହି ସମ୍ବନ୍ଧରେ କଲ ପରେ ବିସିସିଆଇ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ଅନ୍ୟ ଖେଳାଳୀମାନଙ୍କର ମନ୍ତବ୍ୟ ମାଗିଥିଲା । ଏହାପରେ ଇଂଲଣ୍ଡ ଗସ୍ତ ଶେଷ ପରେ ଏ ନେଇ ଆଲୋଚନା କରାଯିବା ନିଷ୍ପତ୍ତି ନେଇଥିଲା ବିସିସିଆଇ । ତେବେ ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ବିରାଟ ଅଧିନାୟକ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିବାକୁ ଏହି ଘଟଣା ସହ ସମ୍ପର୍କ ଥିବା ଅନୁମାନ କରାଯାଉଛି । ଏହା ସହିତ ବିଶ୍ୱକପ ପରେ କୋହଳୀଙ୍କ ଦିନିକିଆ ଅଧିନାୟକତ୍ୱ ପଦ ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ ।

Related posts

ପାକିସ୍ତାନ ଟିମକୁ ମିଳିଛି ଭିସା, ଆସନ୍ତା କାଲି ପହଞ୍ଚିବେ ବାବର ବାହିନୀ

Odisha Sports Bureau

ଟି-୨୦ ବିଶ୍ୱକପ୍‌ ପୂର୍ବରୁ କମାଲ କଲା ଆମେରିକା: ବାଂଲାଦେଶକୁ ଚଟେଇଲା ଧୂଳି

ଇଷାନ୍.. ଇଷାନ୍.. I LOVE YOU… ମଜାଳିଆ ରିପ୍ଲାଏ ଦେଇ ଚାଲିଗଲେ ଷ୍ଟାର କ୍ରିକେଟର

Odisha Sports Bureau