(ଓଡିଶା ସ୍ପୋର୍ଟସ୍): ବାର୍ସିଲୋନା ଫୁଟବଲ୍ କ୍ଲବର ଦିଗଜ୍ଜ ଫୁଟବଲର୍ ଲିଓନେଲ୍ ମେସୀ ଇତିହାସ ସୃଷ୍ଟି କରିଛନ୍ତି । ସେ ବର୍ସିଲୋନା ତରଫରୁ ୬୪୪ତମ ଗୋଲ୍ କରି ଦିଗଜ୍ଜ ଫୁଟବଲର୍ ପେଲେଙ୍କ ବଶ୍ୱ ରେକର୍ଡ ଭାଙ୍ଗଛନ୍ତି । ୩୩ ବର୍ଷିୟ ମେସି ଏବେ ଏକ କ୍ଲବ୍ ତରଫରୁ ଖେଳି ସର୍ବାଧିକ ଗୋଲ କରିଥିବା ଖେଳାଳି ହୋଇଛନ୍ତି । ଆର୍ଜେଣ୍ଟିନାର ସୁପରଷ୍ଟାର ମେସି ଲା ଲିଗରେ ରିୟଲ ୱଲାଡୋଲିଡଙ୍କ ବିପକ୍ଷରେ ଗୋଲ କରି ଏହି ଉପଲବ୍ଧି ହାସଲ କରଇଛନ୍ତି ।
କୌଣସି ଗୋଟିଏ କ୍ଲବ୍ ତରଫରୁ ଖେଳି ସର୍ବାଧିକ ଗୋଲ କରିବାର ବିଶ୍ୱ ରେକର୍ଡ ନିଜ ନାମରେ କରିବା ପରେ ମେସି ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ନିଜ ଖୁସୀ ବ୍ୟକ୍ତ କରାଇଛନ୍ତି । ସେ ଲେଖିଛନ୍ତି, “ଯେତେବେଳେ ମୁଁ ଖେଳିବା ଆରମ୍ଭ କରିଥିଲି, ସେତେବେଳେ କେବେ ଭାବି ନଥିଲି କି, ମୁଁ କେବେ କୌଣସି ରେକର୍ଡ ଭାଙ୍ଗି ପାରିବି । ଏପରିକି ପେଲେଙ୍କ ଏହି ରେକର୍ଡକୁ ଯାହା ଆଜି ମୁଁ ହାସଲ କରିଛି । ମୁଁ ମୋର ସାଙ୍ଗସାଥି, ସାଥି ଖେଳାଳି ଏବଂ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ଅନେକ ବର୍ଷ ଧରି ଓ ପ୍ରତି ଦିନ ମୋ ସାଥିରେ ଅଛନ୍ତି ।’
ଉଧର ମେସିଙ୍କ ଦୁଇଟି ଗୋଲ ସାହାଯ୍ୟରେ ବର୍ଷିଲୋନା ଶନିବାର ଦିନ ୱାଲାଡୋଲିଡକୁ ୩-୦ରେ ପରାସ୍ତ କରିଛି । ଉଧର ଏଟଲୋଟିକୋ ସୋଶିଦାଦକୁ ପରାସ୍ତ କରି ଦ୍ୱିତୀୟ ସ୍ଥାନରେ ଥିବା ରିୟଲ ମେଡ୍ରିଡ୍ ଉପରେ ତିନୋଟି ଅଙ୍କ ଆଗୁଆ କରିନେଇଛନ୍ତି । ଯେତେବେଳେ କି ବର୍ସିଲୋନା ୮ଟି ଅଙ୍କ ସହିତ ପଞ୍ଚମ ସ୍ଥାନରେ ରହିଛି ।