ମୁମ୍ବାଇ : ବିଜୟ ପଥରେ ଆଗେଇ ଚାଲିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଗତକାଲି ଇଣ୍ଡିଆନ ପ୍ରିମିୟର ଲିଗର ୧୫ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ ଦେଇ ବିଜୟ କରିଛି ଲକ୍ଷ୍ନୌ । ପ୍ରଥମ ଥର ହାରିବା ପରେ ଲଗାତାର ତିନୋଟି ମ୍ୟାଚରେ ନିଜର ଧମାକାଦାର ପ୍ରଦର୍ଶନ କରିଚାଲିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଏହି ବିଜୟ କାରଣରୁ ଲକ୍ଷ୍ନୌ ପଏଣ୍ଟ ଟେବୁଲରେ ୨ୟ ସ୍ଥାନ ଗ୍ରହଣ କରିଛି । ଏହା ସହ ପ୍ରଥମ ସ୍ଥାନରେ ରହିଛି କୋଲକାତା ନାଇଟ୍ ରାଇଡର୍ସ ଓ ୩ୟ ସ୍ଥାନରେ ରହିଛି ରାଜସ୍ଥାନ ରୟାଲ୍ସ । ଏହା ସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି ଗୁଜୁରାଟ ଟାଇଟନ୍ସ ।
ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ୧୫୦ ରନ ଲକ୍ଷ ରଖି ଖେଳ ଆରମ୍ଭ କରିଥିଲା । ପରେ ଦୁଇଟି ବଲ ବାକି ଥାଇ ବିଜୟର ପାହାଚରେ ପାଦ ରଖିଥିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ।