Cricket

ଚଳିତ IPL ପରେ ଅନେକ କ୍ରିକେଟର ନେଇପାରନ୍ତି ଅବସର

ନୂଆଦିଲ୍ଲୀ: ଚଳିତ IPL ପରେ ଅନେକ କ୍ରିକେଟର ନେଇପାରନ୍ତି ଅବସର। ଏହି ଓଚଖ ହେବ ଏମାନଙ୍କର ଶେଷ ସିଜିନ୍ । ଟିମ୍ ଇଣ୍ଡିଆର ସ୍ପିନର ଅମିତ ମିଶ୍ରା । ଚଳିତ ଆଇପିଏଲ୍ରେ ଖୁବ୍ ଭଲ ଫର୍ମରେ ନଜର ଆସୁଛନ୍ତି । ସେ ୨୦୨୪ ଆଇପିଏଲ୍ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ପକ୍ଷରୁ ଖେଳୁଛନ୍ତି । ପୂର୍ବରୁ ଭାରତୀୟ ଟିମ୍ ରେ ମଧ୍ୟ ନିଜର ଦକ୍ଷତା ଦେଖାଇ ସାରିଛନ୍ତି ଅମିତ । ତେବେ ଚର୍ଚ୍ଚା ହେଉଛି ଚଳିତ ଓଚଖ ପରେ ପରେ ସେ କ୍ରିକେଟ ରୁ ଅବସର ନେବେ ବୋଲି । ସେହିପରି ୩୮ ବର୍ଷ ବୟସ୍କ ଅଭିଜ୍ଞ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ । ୨୦୦୮ରେ ଆଇପିଏଲରୁ କ୍ରକେଟକୁ ଡେବ୍ୟୁ କରିଥିଲେ । ତାଙ୍କ ନାଁ ରେ ୨୦ଟି ଅର୍ଦ୍ଧଶତକ ସହ ୪୫୧୬ ରନ୍ କରିଛନ୍ତି । କାର୍ତ୍ତିକ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳୁ ନାହାନ୍ତି ବରଂ ସେ କମେଣ୍ଟ୍ରି କରିବା ମଧ୍ୟ ଆରମ୍ଭ କରିଛନ୍ତି । ଚର୍ଚ୍ଚା ହେଉଛି କି ସେ ଆଇପିଏଲର ଚଳିତ ସିଜିନ ପରେ ନେଇ ପାରନ୍ତି ଅବସର । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସର ଅଭିଜ୍ଞ ଦ୍ରୁତ ବୋଲର ଇଶାନ୍ତ ଶର୍ମା ।ସେ ମଧ୍ୟ ଆଗାମୀ ସିଜିନରେ ନଜର ନଆସି ପାରନ୍ତି । ୩୫ ବର୍ଷୀୟ ଦ୍ରୁତ ବୋଲର ଅନେକ ସମୟରେ ଫିଟନେସ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି କାରଣରୁ ସେ ଫର୍ମରେ ଥାଇ ବି ଦଳରୁ ହେଉଛନ୍ତି ବାହାରେ । ଚଳିତ ଓଚଖ ପରେ କ୍ରିକେଟରୁ ଅବସର ନେଇପାରନ୍ତି ଇଶାନ୍ତ ଶର୍ମା ।
ଗୁଜୁଗୁରାଟ ଟାଇଟାନ୍ସର ୱିକେଟ୍ କିପର ବ୍ୟାଟର ରିଦ୍ଧିମାନ ଶାହ । ଗତବର୍ଷ ଆଇପିଏଲରେ ଦମଦାର ଫର୍ମରେ ରହିଥିଲେ । କିନ୍ତୁ ଏଥର ତା ଙ୍କ ବ୍ୟାଟ ଚାଲୁନି । ୩୯ ବର୍ଷୀୟ ରିଦ୍ଧିମାନ ଟିମ୍ ଇଣ୍ଡିଆରୁ ଅବସର ନେଇସାରିଛନ୍ତି । କିନ୍ତୁ ଓଚଖ ଖେଳିବା ଜାରି ରଖିଛନ୍ତି । ତେବେ ସେ ମଧ୍ୟ ୨୦୨୪ ଆଇପିଏଲ ପରେ କ୍ରିକେଟରୁ ନେଇପାରନ୍ତି ସନ୍ୟାସ୍ । ସେହିପରି ସନରାଇଜର୍ସ ହାଇଦ୍ରାବାଦର ବୋଲର ଭୁବନେଶ୍ବର କୁମାର । ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟ ଜନକ ରହିଛି । ଚଳିତ IPLରେ ବର୍ତ୍ତମାନ ସୁଦ୍ଧା ୧୦ଟି ମ୍ୟାଚ ଖେଳି ମାତ୍ର ୯ଟି ଓ୍ବିକେଟ୍ ନେଇଛନ୍ତି ଭୁବନେଶ୍ବର । କେବଳ ସେତିକି ନୁହେଁ ୩୯୯ ରନ୍ ବ୍ୟୟ ବି କରିଛନ୍ତି । ତେଣୁ ଚଳିତ ଆଇପିଏଲ ପରେ ପରେ ସେ କ୍ରିକେଟ୍ ଛାଡିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଇପିଏଲ୍ କିମ୍ବଦନ୍ତୀ ତଥା ଅଭିଜ୍ଞ ଲେଗ୍ ସ୍ପିନର ପୀୟୁଷ ଚାୱଲା । ଚଳିତ ଆଇପିଏଲ୍ ତାଙ୍କର ହୋଇପାରେ ଶେଷ ସିଜିନ୍ । ଏହାପରେ ସେ ନେଇପାରନ୍ତି ସନ୍ୟାସ । ଚାୱଲା ଆଇପିଏଲରେ ୧୮୧ଟି ମ୍ୟାଚ୍ ଖେଳି ୧୭୯ ୱିକେଟ୍ ନେଇଛନ୍ତି ଟିମ୍ ଇଣ୍ଡିଆର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରାହାଣେ । ସେ ୨୦୦୮ରୁ ଖେଳୁଛନ୍ତି ଆଇପିଏଲ୍ । ଏହି ଅବଧି ମଧ୍ୟରେ ତାଙ୍କ ବ୍ୟାଟରୁ ୨ଟି ଶତକ ଏବଂ ୩୦ଟି ଅର୍ଦ୍ଧ ଶତକ ମାରିଛନ୍ତି । ଚଳିତ ବର୍ଷ ଆଇପିଏଲ୍ ଶେଷରେ ରାହାଣେ ନେଇପାରନ୍ତି ସନ୍ୟାସ ତେବେ ଚଳିତ ଆଇପିଏଲ ରେ ଖୁବ୍ ଚର୍ଚ୍ଚା ରେ ରହିଛହିନ୍ତି ଟିମ୍ ଇଣ୍ଡିଆର ସବୁଠାରୁ ସଫଳ କ୍ୟାପଟେନ୍ ଏମ୍ଏମ୍ ସ୍ ଧୋନୀ । କୁହାଯାଉଛି କି ଚଳିତ ଆଇପିଏଲ କ୍ୟାପଟେନ ପରେ ପରେ ସନ୍ୟାସ ନେଇପାରନ୍ତି ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ।

Related posts

ଟି୨୦ ବିଶ୍ୱକପ୍‌ : ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନରଙ୍କ ପ୍ରତ୍ୟାବର୍ତ୍ତନ

Odisha Sports Bureau

ମିଚେଲ ମାର୍ଶାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ବେଙ୍ଗାଲୁରୁ ପ୍ୟାନ୍ସ

Odisha Sports Bureau

ଅଷ୍ଟ୍ରେଲିଆର ବିଶ୍ୱକପ ପ୍ରସ୍ତୁତିକୁ ବଡ଼ ଝଟକା; ଆଘାତ ହେଲେ ୨ ପ୍ରମୁଖ ଖେଳାଳି

Odisha Sports Bureau

Leave a Comment