Cricket

ଆଇସିସି ମହିଳା ଦିନିକିଆ ମାନ୍ୟତା ତାଲିକାରେ ଦ୍ୱିତୀୟ ସ୍ଥାନରେ ମିଥାଲି ରାଜ

(ଦିଲ୍ଲୀ) : ଭାରତୀୟ ଦଳର ଅଧିନାୟିକା ମିଥାଲି ରାଜ ଆଇସିସି ମହିଳା ଦିନିକିଆ ମାନ୍ୟତା ତାଲିକାରେ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ଗତ ସପ୍ତାହରେ ମନ୍ଧନା ୧୨ତମ ସ୍ଥାନରେ ଓ ହର୍ମନପ୍ରୀତ ୨୩ତମ ସ୍ଥାନରେ ରହିଥିଲେ । ଅଷ୍ଟ୍ରେଲିଆର ଆଲିସା ହିଲି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।

ସୂଚନାନୁଯାୟୀ , ଇଂଲଣ୍ଡର ତାମି ବ୍ୟୁମୋଣ୍ଟ ତୃତୀୟ, ଅଷ୍ଟ୍ରେଲିଆର ମେଗ ଲ୍ୟାନିଂ ଚତୁର୍ଥ, ବେଥ ମୁନି ପଞ୍ଚମ, ଦକ୍ଷିଣ ଆଫ୍ରିକାର ଲିଜେଲି ଲି ଷଷ୍ଠକୁ ଉଠିଛନ୍ତି। ପୂର୍ବରୁ ତୃତୀୟରେ ରହିଥିବା ନ୍ୟୁଜିଲାଣ୍ଡର ଆମି ସାଟରହ୍ୱାଇଟ୍‌ ସପ୍ତମକୁ ଖସିଛନ୍ତି । ସେହିପରି ଲାଉରା ଉଲଭାର୍ଟ ନବମ ଓ ଏଲିସ୍‌ ପେରୀ ଦଶମ ସ୍ଥାନକୁ ଖସିଛନ୍ତି । ଦିନିକିଆ ବୋଲିଂ ମାନ୍ୟତା ତାଲିକାରେ ଝୁଲଣ ଗୋସ୍ୱାମୀ ଏକମାତ୍ର ଭାରତୀୟ ଭାବେ ଶ୍ରେଷ୍ଠ ୧୦ରେ ସ୍ଥାନ ବଜାୟ ରଖିଛନ୍ତି ।

Related posts

ଭାଙ୍ଗିଲା ୨୦ ବର୍ଷର ପରାଜୟ ଧାରା

Odisha Sports Bureau

ଶ୍ରୀସନ୍ଥଙ୍କ ଉପରୁ ହଟିଲା ବ୍ୟାନ : ସୁପ୍ରିମକୋର୍ଟ

Odisha Sports Bureau

ପ୍ଲେ ଅଫ୍ ଦୌଡ଼ରେ ୩ ସ୍ଥାନ ପାଇଁ ୭ ଦଳ

Odisha Sports Bureau