ୱର୍ସେଷ୍ଟର(ଓଡିଶା ସ୍ପୋର୍ଟସ) : ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ବିଜୟ ହାସଲ କରିଛି ଭାରତୀୟ ମହିଳା କ୍ରିକେଟ ଟିମ । ଏହି ମ୍ୟାଚକୁ ଜିତିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅଧିନାୟକ ମିତାଲୀ ରାଜ । ଅପରାଜିତ ୭୫ ରନର ଏକ ଦମଦାର ଇନିଂସ ଖେଳି ଏହି ମ୍ୟାଚକୁ ସେ ଇଂଲଣ୍ଡ ହାତରୁ ଛଡାଇ ଆଣିଛନ୍ତି । ତେବେ ଏହି ମ୍ୟାଚରେ ଭାରତ ବିଜୟୀ ହେବା ସହ ମିତାଲୀ ଆଉ ଏକ ବିଶ୍ୱ କିର୍ତ୍ତୀମାନ ମଧ୍ୟ ନିଜ ନାମରେ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କରିବାରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ମିତାଲୀ । ଗତକାଲିର ମ୍ୟାଚରେ ଇଂଲଣ୍ଡ ପେସ ବୋଲର ନାଟାଲୀ ସ୍କିଭରଙ୍କ ବଲରେ ଚୌକା ମାରି ସେ ଏହି ବିଶ୍ୱ ରେକର୍ଡର ଭାଗିଦାରୀ ହୋଇଛନ୍ତି । ଇଂଲଣ୍ଡର ପୂର୍ବତନ ଅଧିନାୟକ ଚାର୍ଲୋଟ୍ ଏଡୱାର୍ଡସଙ୍କୁ ଏହି ଦୌଡରେ ପଛରେ ପକାଇ ଦେଇଛନ୍ତି ଭାରତର ଅଧିନାୟକ । ଏଡୱାର୍ଡସଙ୍କ ୧୦୨୭୩ ରନର ରେକର୍ଡକୁ ଅତିକ୍ରମ କରି ବିଶ୍ୱ ରେକର୍ଡର ପ୍ୟତମ ସ୍ଥାନରେ ସେ ପହଞ୍ଚିଛନ୍ତି । ତେବେ ଏହି ତାଲିକାରେ ତୃତୀୟ ନମ୍ବରରେ ଅଛନ୍ତି ନ୍ୟୁଜିଲାଣ୍ଡର ସୁଜି ବେଟ୍ସ । ୭୮୪୯ ରନ କରି ତୃତୀୟ ସ୍ଥାନରେ ରହଛନ୍ତି ସୁଜି ।
previous post