Cricket

ସୂର୍ଯ୍ୟକୁମାରଙ୍କ ସଟ ଦେଖି ସଚିନ ଆଶ୍ଚର୍ଯ୍ୟ

ଆଇପିଏଲ ୨୦୨୩ରେ ସୂର୍ୟ୍ୟକୁମାର ଯାଦବ ଫର୍ମକୁ ଫେରିଛନ୍ତି । ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ସୂର୍ୟ୍ୟକୁମାର ୧୦୩ ରନ୍ କରି ଅପରାଜିତ ରହିଛନ୍ତି । ସୂର୍ୟ୍ୟକୁମାର ତାଙ୍କ ଇନିଂସରେ ୧୧ଟି ଚଉକା ଏବଂ ୬ଟି ଛକା ମାରିଛନ୍ତି । ସୂର୍ୟ୍ୟକୁମାର ନିଜ ଇନିଂସରେ ସୂର୍ୟ୍ୟକୁମାର ଏମିତି କିଛି ସର୍ଟ ଖେଳିଛନ୍ତି, ଯାହାକୁ ଦେଖି ମାଷ୍ଟର ବ୍ଲାଷ୍ଟର ମଧ୍ୟ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି । ଆଉ ଭିନ୍ନ ଭାବଭଙ୍ଗୀରେ ପ୍ରତିକ୍ରିୟା ଦେଇଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।
ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସୂର୍ୟ୍ୟକୁମାର ନିଜର ଜଲଓ୍ଵା ଦେଖାଇଛନ୍ତି । ନିଜ ଇନିଂସରେ ସୂର୍ୟ୍ୟକୁମାର ୧୦୩ ରନ୍ କରି କରିଥିବା ବେଳେ ୧୧ଟି ଚଉକା ଏବଂ ୬ଟି ଛକା ମାରିଛନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସର ଡଗଆଉଟ୍ରେ ସଚିନ ତେନ୍ଦୁଲକର ସ୍ପିନର ପୀୟୁଷ ଚାଓ୍ଵଲାଙ୍କ ସହିତ ବସି ସଟ୍ର ଭରପୂର ମଜା ନେଇଥିଲେ । ଏହି ସମୟରେ ପୀୟୁଷଙ୍କୁ କିଭଳି ସୂର୍ୟ୍ୟ ସଟ୍ ମାରୁଛନ୍ତି ବୋଲି ସଚିନ କହିଥିଲେ ।

Related posts

ଆଇସିସିର ନୂଆ ନିୟମରେ ପ୍ରଭାବିତ ହେବ ନାହିଁ ଇଂଲଣ୍ଡ ଦଳ – ଜୋ ରୁଟ

ଆସନ୍ତାକାଲିଠାରୁ କାଉଣ୍ଟରରେ ମିଳିବ ଅଫ ଲାଇନ୍ ମ୍ୟାଚ୍ ଟିକେଟ

ଟି-୨୦ ବିଶ୍ୱକପ୍ ୨୦୨୬: ଭାରତର ୧୯୩ ରନ, ନେଦରଲ୍ୟାଣ୍ଡ ସମ୍ମୁଖରେ ୧୯୪ ରନର ଲକ୍ଷ୍ୟ

Odisha Sports Bureau