Cricket

ଭାରତର ସବୁଠୁ ଲୋକ ପ୍ରିୟ ଖେଳାଳି : ପ୍ରଥମରେ କୋହଲି, ଦ୍ୱିତୀୟରେ ଧୋନି

ନିକଟରେ ଓରମ୍ୟାକ୍ସ ମିଡିଆ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । କିଏ ଭାରତରେ ସବୁଠୁ ଅଧିକ ଲୋକପ୍ରିୟ କ୍ରୀଡ଼ାବିତ ? ତେବେ ଏହି ତାଲିକାରେ ଲୋକପ୍ରିୟତାରେ କ୍ରିକେଟର ବିରାଟ କୋହଲି ପ୍ରଥମରେ ଅଛନ୍ତି । ବିରାଟ ତାଙ୍କ ଫିଟନେସ୍ ଏବଂ ଖେଳ ପାଇଁ କେବଳ ଭାରତ ନୁହେଁ ବିଶ୍ୱରେ ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଯୁବ ପିଢ଼ିଙ୍କର ସେ ପ୍ରଥମ ପସନ୍ଦର କ୍ରୀଡ଼ାବିତ ହୋଇପାରିଛନ୍ତି ।

ଓରମ୍ୟାକ୍ସ ମିଡିଆ ଯେଉଁ ୧୦ ଜଣିଆ ଲୋକପ୍ରିୟ କ୍ରୀଡ଼ାବିତଙ୍କ ତାଲିକା କରିଛି, ଏହାର ପ୍ରଥମ ସ୍ଥାନରେ କୋହଲି, ଦ୍ୱିତୀୟରେ ମହେନ୍ଦ୍ର ସିଂ ଧୋନି, ତୃତୀୟରେ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ, ଚତୁର୍ଥରେ ଭାରତୀୟ କ୍ରିକେଟ୍ ଅଧିନାୟକ ରୋହିତ ଶର୍ମା, ପଞ୍ଚମରେ ସଚିନ ତେନ୍ଦୁଲକର, ଷଷ୍ଠରେ ଫୁଟବଲର ଲିଓନେଲ ମେସି, ସପ୍ତମରେ ସୁନୀଲ ଛେତ୍ରୀ, ଅଷ୍ଟମରେ ଜାଭେଲିନରେ ଅଲିମ୍ପିକ୍ସ ଚାମ୍ପିଅନ ହୋଇଥିବା ନୀରଜ ଚୋପ୍ରା, ନବମରେ ସାନିଆ ମିର୍ଜା ଏବଂ ଦଶମରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି ।

Related posts

ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ମହାମୁକାବିଲା

Odisha Sports Bureau

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ

ଟିମକୁ ଫେରିଲେ ଶର୍ଦ୍ଦୁଲ ଠାକୁର

Odisha Sports Bureau