More Sports

ଭାରତ ପାଇଁ ନୀରଜ ଆଣିବେ ସ୍ୱର୍ଣ୍ଣ !!!

ଟୋକିଓ(ଓଡିଶା ସ୍ପୋର୍ଟସ): ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକର ଆଶାକୁ ଦ୍ୱିଗୁଣିତ କରିଛନ୍ତି ଭାରତୀୟ ଷ୍ଟାର ଆଥଲେଟିକ୍ସ ନୀରଜ ଚୋପ୍ରା । ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ଫାଇନାଲରେ ପ୍ରବେଶ କରିବା ପରେ ଭାରତ ପାଇଁ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକର ଆଶା ଆହୁରି ବଢିଯାଇଛି । ସେପଟେ କ୍ୱାର୍ଟର ଫାଇନାଲରେ ତାଙ୍କର ଦମଦାର ପ୍ରଦର୍ଶନ ସ୍ୱର୍ଣ୍ଣ ପଦକର ସ୍ୱପ୍ନ ସାକାର କରିବ ବୋଲି ଜଣାପଡୁଛି । କ୍ୱାର୍ଟରରେ ୮୩.୫ ମିଟର ଟାର୍ଗେଟ ଥିବାବେଳେ ନୀରଜ ଏଥିରେ ୮୬.୫୯ ମିଟର ପର୍ଯ୍ୟନ୍ତ ଜାଭେଲିନ ଥ୍ରୋ କରିଥିଲେ । ଏଥି ସହିତ ଗୃପ ଏ’ ର ପ୍ରଥମ ସ୍ଥାନରେ ରହି ଫାଇନାଲ ପାଇଁ ଉନ୍ନୀତ ହୋଇଥିଲେ ନୀରଜ । ତେବେ ଭାରତ ବ୍ୟତୀତ ଅନ୍ୟ ଦୁଇ ଦେଶ ସ୍ୱିଡେନ ଏବଂ ମାଲଡୋଭା ମଧ୍ୟ ଫାଇନାଲରେ ପଦକ ପାଇଁ ଲଢେଇ କରିବେ । ଆଜି ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଅପରାହ୍ନ ୪.୩୦ରେ ଅନୁଷ୍ଠିତ ହେବ । ୨୩ ବର୍ଷୀୟ ନୀରଜ ପ୍ରତିଯୋଗିତାରେ ବିଜୟୀ ହୋଇ ପଦକ ହାସଲ କରି ପାରିଲେ ଦେଶର ଶହେ ବର୍ଷର ଅପେକ୍ଷାର ଅନ୍ତ ଘଟିବ । ଏଥି ସହିତ ଚଳିତ ଅଲିମ୍ପିକ୍ସର ପ୍ରଥମ ସ୍ୱର୍ଣ୍ଣ ଭାରତକୁ ଉପହାର ଦେବେ ନୀରଜ ବୋଲି ଦେଶବାସୀ ଆଶା ବାନ୍ଧି ବସିଛନ୍ତି ।

Related posts

ପ୍ରୋ କବାଡି ଲିଗ୍: ପୁୁଣିଥରେ ଦେଖିବାକୁ ମିଳିଛି ପ୍ରଦିପ୍ ନରୱାଲଙ୍କ ଜାଦୁ, ପାଟନା ପୁଣେରି ପଲଟନକୁ ହରାଇଲା

Odisha Sports Bureau

ଏସୀୟ ଦୌଡ଼କୁଦ ଫାଇନାଲରେ ଭାରତକୁ ନିରାଶ କଲେ ଦୂତୀ

Odisha Sports Bureau

ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ୨୮ ତମ ଏସିୟ ଟେବୁଲ ଟେନିସ ଟିମ ଚାମ୍ପିଆନସିପ ୨୦୨୫

Odisha Sports Bureau