ଟୋକିଓ(ଓଡିଶା ସ୍ପୋର୍ଟସ): ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକର ଆଶାକୁ ଦ୍ୱିଗୁଣିତ କରିଛନ୍ତି ଭାରତୀୟ ଷ୍ଟାର ଆଥଲେଟିକ୍ସ ନୀରଜ ଚୋପ୍ରା । ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ଫାଇନାଲରେ ପ୍ରବେଶ କରିବା ପରେ ଭାରତ ପାଇଁ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକର ଆଶା ଆହୁରି ବଢିଯାଇଛି । ସେପଟେ କ୍ୱାର୍ଟର ଫାଇନାଲରେ ତାଙ୍କର ଦମଦାର ପ୍ରଦର୍ଶନ ସ୍ୱର୍ଣ୍ଣ ପଦକର ସ୍ୱପ୍ନ ସାକାର କରିବ ବୋଲି ଜଣାପଡୁଛି । କ୍ୱାର୍ଟରରେ ୮୩.୫ ମିଟର ଟାର୍ଗେଟ ଥିବାବେଳେ ନୀରଜ ଏଥିରେ ୮୬.୫୯ ମିଟର ପର୍ଯ୍ୟନ୍ତ ଜାଭେଲିନ ଥ୍ରୋ କରିଥିଲେ । ଏଥି ସହିତ ଗୃପ ଏ’ ର ପ୍ରଥମ ସ୍ଥାନରେ ରହି ଫାଇନାଲ ପାଇଁ ଉନ୍ନୀତ ହୋଇଥିଲେ ନୀରଜ । ତେବେ ଭାରତ ବ୍ୟତୀତ ଅନ୍ୟ ଦୁଇ ଦେଶ ସ୍ୱିଡେନ ଏବଂ ମାଲଡୋଭା ମଧ୍ୟ ଫାଇନାଲରେ ପଦକ ପାଇଁ ଲଢେଇ କରିବେ । ଆଜି ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଅପରାହ୍ନ ୪.୩୦ରେ ଅନୁଷ୍ଠିତ ହେବ । ୨୩ ବର୍ଷୀୟ ନୀରଜ ପ୍ରତିଯୋଗିତାରେ ବିଜୟୀ ହୋଇ ପଦକ ହାସଲ କରି ପାରିଲେ ଦେଶର ଶହେ ବର୍ଷର ଅପେକ୍ଷାର ଅନ୍ତ ଘଟିବ । ଏଥି ସହିତ ଚଳିତ ଅଲିମ୍ପିକ୍ସର ପ୍ରଥମ ସ୍ୱର୍ଣ୍ଣ ଭାରତକୁ ଉପହାର ଦେବେ ନୀରଜ ବୋଲି ଦେଶବାସୀ ଆଶା ବାନ୍ଧି ବସିଛନ୍ତି ।
previous post
next post