Uncategorized

କ୍ରୀଡାବିତ କିଶୋର ଜେନାଙ୍କ ଭିସା ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି ନୀରୋଜ ଚୋପ୍ରା

କ୍ରୀଡାବିତ କିଶୋର ଜେନାଙ୍କ ଭିସା ସମସ୍ୟାର ସମାଧାନ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି ଅଲିମ୍ପିକ ଜାଭେଲିନ ଖେଳାଳି ନୀରୋଜ ଚୋପ୍ରା । ଯଦି ତାଙ୍କର ଭିସା ସମସ୍ୟା ସମାଧାନ ନହେବ ତେବେ ସେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଆନସିପରେ ଭାଗ ନେଇପାରିବେ ନାହିଁ ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ, କିଶୋର ଜେନାଙ୍କ ଭିସା ବାତିଲ ହୋଇଯାଇଛି ଫଳରେ ସେ ଅଗଷ୍ଟ ୧୯ରୁ ୨୭ ପର୍ଯ୍ୟନ୍ତ ହଙ୍ଗେରୀର ବୁଦାପେଷ୍ଟରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରୁ ବଞ୍ଚି ହେବେ । ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ଗତକାଲି ଘୋଷଣା କରିଥିଲା ଯେ ହଙ୍ଗେରୀ ଦୂତାବାସ ଦ୍ୱାରା ଶ୍ରୀ ଜେନାଙ୍କ ଏକ ମାସର ଭିସା ବାତିଲ କରାଯାଇ ଥିବାରୁ ସେ ବିଶ୍ୱ ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ନେଇ ସଂଶୟ ପ୍ରକାଶ ପାଇଛି।

Related posts

ରାଜଧାନୀର ଜଣାଶୁଣା ଆବାସିକ କମ୍ପେ୍ଲକ୍ସ ‘ଜେଡ଼୍ ୱାନ୍‌’ ପରିସରରେ ଏକ ସଂପୂର୍ଣ୍ଣ ଅତ୍ୟାଧୁନିକ କ୍ରୀଡ଼ା ପରିସର ‘କ୍ଳବ ଅମ୍ବର’ ଉଦ୍‌ଘାଟିତ

ରାଜନୀତିରେ ପ୍ରବେଶ କରିଛନ୍ତି କୁସ୍ତି ଯୋଦ୍ଧା ବିନେଶ ଫୋଗତ ଏବଂ ବଜରଙ୍ଗ ପୁନିଆ

Odisha Sports Bureau

ଆହତ ହେଲେ କର୍ଣ୍ଣାଟକର ଟ୍ରିପଲ ଜମ୍ପର ଅଖିଲେଶ