Cricket

ଚଳିତ ଆଇପିଏଲରେ ନୂଆ ରେକର୍ଡ

ନୂଆଦିଲ୍ଲୀ: ଚଳିତ ଆପିଏଲକୁ ସବୁବେଳେ କିଛନା କିଛି ନୂଆ ରେକର୍ଡ ସାମ୍ନାକୁ ଆସୁଛି ।ଏବେ ପୁଣି ଏକ ନୂଆ ରେକର୍ଡ ସାମନାକୁ ଆସିଛି ତହା ହେଉଛି ୨୦୦+ ସ୍କେର କରିଛି ।ଯାହାକି ଆଇପିଏଲ ଇତିହାସରେ ସବୁ ରେକର୍ଡ ଭାଙ୍ଗି ଦେଇଛି । ଚଳିତ ଆଇପିଏଲ୍ରେ ମୋଟ ୪୬ ମ୍ୟାଚ୍ ଶେଷ ହୋଇଯାଇଥିଲା ବେଳେ ସେଥିରୁ ୨୩ ମ୍ୟାଚ୍ରେ ୨୦୦+ ସ୍କୋର୍ ଦେଖିବାକୁ ମିଳିଛି। ଯାହାକି ଆଇପିଏଲ୍ ଇତିହାସରେ କୌଣସି ଗୋଟିଏ ସିଜିନରେ ସର୍ବାଧିକ ରେକର୍ଡ। ଚଳିତ ଆପିଏଲରେ ଏପର୍ୟ୍ୟନ୍ତ ଖେଳାଯାଇସରିଥିବା ୪୬ ମ୍ୟାଚ୍ରେ ସ୍କୋରିଂ ରେଟ୍ ୮.୯୧ରୁ ଅଧିକ ରହିଛି। ଯାହାକି ୨୦୧୮ ର ପୂର୍ବ ସ୍କୋରିଂ ରେଟ୍ ୮.୬୪ ରେକର୍ଡକୁ ଭାଙ୍ଗି ଦେଇଛି। ଏଥି ସହିତ ଏଥର ଆଇପିଏଲ୍ ଶେଷ ପରେ ଏକ୍ଷେତ୍ରରେ ଏକ ନୂଆ ରେକର୍ଡ ପ୍ରତିଷ୍ଠା ହେବାର ସମ୍ଭାବନା ଦେଖାଦେଇଛି।ଚଳିତ ସଂସ୍କରଣରେ ଏପର୍ୟ୍ୟନ୍ତ ୨୩ ମ୍ୟାଚ୍ରେ ୨୦୦+ ସ୍କୋର୍ ହୋଇସାରିଥିଲା ବେଳେ ସେଥିରୁ ୧୦ ମ୍ୟାଚ୍ରେ ଉଭୟ ଦଳ ୨୦୦+ ସ୍କୋର୍ କରିଛନ୍ତି।ତେବେ ଏଭଳି ସଂଭବ ହୋଇଛି କାରଣ ଚଳିତ ଆଇପିଏଲର ଖେଳାଳି ନିୟମ ପ୍ରଚଳିତ ହେବାରୁ ଦଳଗତ ସ୍କୋର୍ ଏବଂ ରନ୍ ରେଟ୍ ନୂଆ ସ୍ତର ଛୁଇଁପାରିଛି ବୋଳଇ ଦ୍ଦିଗଜ କ୍ରିକେଟର ଭାରତୀୟ ସ୍ପିନର ଅନିଲ କୁମ୍ବଲେ କହିଛନ୍ତି ।

Related posts

ଧୋନିଙ୍କ ଗ୍ୟାରେଜ ଦେଖି ମୁଣ୍ଡ ଘୂରେଇଯିବ

Odisha Sports Bureau

ଟେଷ୍ଟ-ଦିନିକିଆ-ଟି୨୦ ସମସ୍ତ ଫର୍ମାଟରେ ବିଶ୍ୱର ଏକ ନମ୍ବର ଟିମ ଭାରତ

Odisha Sports Bureau

ମ୍ୟାଚରେ ନଜର ଆସିଲେ ଇଶାନଙ୍କ ଗାର୍ଲଫ୍ରେଣ୍ଡ ଆଦିତି

Leave a Comment