Cricket

ଖେଳସୂଚୀରେ ହେବନି ପରିବର୍ତ୍ତନ,ଖେଳସୂଚୀରେ ହେବନି ପରିବର୍ତ୍ତନ,ହାଇଦ୍ରାବାଦ୍ କ୍ରିକେଟ୍ ଆସୋସିଏସନ ଅନୁରୋଧକୁ ମନା କରିଦେଲା ବିସିସିଆଇ

ପୂର୍ବରୁ ବିସିସିଆଇ ଦ୍ୱାରା ଖେଳ ସୂଚୀରେ ପରିବର୍ତନ କରଯାଇଥିଲ । ଏବେ ବିସିସିଆଇ ଅରାଜି । ହାଇଦ୍ରାବାଦ୍ କ୍ରିକେଟ୍ ଆସୋସିଏସନ ଅନୁରୋଧକୁ ମନା କରିଦେଲା ବିସିସିଆଇ । ଆଉ କୌଣସି ମତରେ ବି ବିଶ୍ୱକପ୍ ୨୦୨୩ର ଖେଳସୂଚୀରେ ହେବନି ପରିବର୍ତ୍ତନ।

ସୂଚନା  ଅନୁଯାୟୀ, କ୍ରିକେଟ୍ ବିଶ୍ୱକପ୍ ୨୦୨୩କୁ ଆଉ ଦୁଇ ମାସରୁ କମ୍ ଦିନ ବାକି ରହିଛି । ଏହାରି ଭିତରେ ହାଇଦ୍ରାବାଦ୍ କ୍ରିକେଟ୍ ଆସୋସିଏସନ୍ ବିଶ୍ୱକପ୍ ସୂଚୀରେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲା । ହାଇଦ୍ରାବାଦରେ   ହେବାକୁ ଥିବା ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚର  ତାରିଖ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲା   ହାଇଦ୍ରାବାଦ୍ କ୍ରିକେଟ୍ ଆସୋସିଏସନ। ଏହାପୂର୍ବରୁ ନ୍ୟୁଜିଲାଣ୍ଡ-ନେଦରଲାଣ୍ଡ ମ୍ୟାଚ୍ ରହିଥିଲା । ତେଣୁ ଆଗାମୀ ମ୍ୟାଚ୍ ପାଇଁ ଅଧିକ ସମୟ ଦରକାର ବୋଲି କହିଥିଲା ହାଇଦ୍ରାବାଦ୍ କ୍ରିକେଟ୍ ଆସୋସିଏସନ୍ । କିନ୍ତୁ ଏବେ ବିସିସିଆଇ ଏହି ଅନୁରୋଧକୁ ଖାରଜ କରିଦେଇଛି ।

ବିସିସିଆଇ ମତରେ, ବିଶ୍ୱକପ ଲାଗି ସମସ୍ତ ମ୍ୟାଚ୍ ଟିକେଟ୍ ବୁକିଂ ଆରମ୍ଭ ହୋଇଯାଇଛି । ତେଣୁ ଖେଳସୂଚୀରେ କୌଣସି ବି ପରିବର୍ତ୍ତନ ହୋଇପାରିବ ନାହିଁ । ଏପରି କରିବା ଦ୍ୱାରା ପୁରା ଟୁର୍ଣ୍ଣାମେଣ୍ଟରେ ପ୍ରଭାବ ପକାଇବ । ତେଣୁ ଖେଳସୂଚୀରେ ଆଉ କୌଣସି ପରିବର୍ତ୍ତନ କରାଯାଇପାରିବନାହିଁ । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ସମସ୍ତ ମ୍ୟାଚ୍ର ଆୟୋଜନ କରାଯିବ । ସମସ୍ତ ବୋର୍ଡଙ୍କୁ ଏନେଇ ଅବଗତ କରାଯାଇଛି । ନିର୍ଦ୍ଧାରିତ ସମୟ ଓ ତାରିଖ ଅନୁସାରେ ମ୍ୟାଚ୍ର ଆୟୋଜନ କରାଯାଉ ।

Related posts

ରସ ଟେଲର ଦେଶର ସର୍ବାଧିକ ରନ୍ ସ୍କୋରର

Odisha Sports Bureau

ଏଣେକି ପଡିଆରେ ଆଘାତ ହେଲେ ଚିକିତ୍ସା ପାଇଁ ମିଳିବ ୪ମିନିଟ ସମୟ

Odisha Sports Bureau

ବିରାଟିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

Odisha Sports Bureau