କ୍ଟୋବରରେ ଆୟୋଜନ ହେବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ସୂଚୀ ଘୋଷଣା କରିଛି ଆଇସିସି । ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ବିସିସିଆଇ ଏବଂ ଆଇସିସି ପକ୍ଷରୁ ୨୦୨୩ ବିଶ୍ୱକପ୍ର କ୍ରୀଡାସୂଚୀ ଘୋଷଣା କରାଯାଇଛି । ତେବେ ଆସନ୍ତୁ ଜାଣିବା ପ୍ରଥମେ ମ୍ୟାଚ୍ କେବେ ଆଉ କାହା କାହା ମଧ୍ୟରେ ଖେଳାଯିବ ।
ଦିନିକିଆ ବିଶ୍ୱକପ୍ ୨୦୨୩ର ଆରମ୍ଭ ଅକ୍ଟୋବର ୫ରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ଡିଫେଣ୍ଡିଙ୍ଗ ଚମ୍ପିଆନ୍ ଇଂଲଣ୍ଡ ଏବ ରନସ୍ଅପ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଖେଳାଯିବ । ଭାରତୀୟ ଟିମ୍ ନିଜର ପ୍ରଥମ ମ୍ୟାଚ୍ ଅକ୍ଟୋବର ୮ରେ ଖେଳିବ । ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବ ଟିମ୍ ଇଣ୍ଡିଆ । ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୫ରେ ଖେଳାଯିବ ମ୍ୟାଚ୍ । ଏହାପରେ ନଭେମ୍ବର ୧୫ ଏବଂ ୧୬ରେ ଦୁଇଟି ସେମିଫାଇନାଲ ମୁକାବିଲା ଖେଳାଯିବ । ଶେଷରେ ନଭେମ୍ବର ୧୯ରେ ଖେଳାଯିବ ଫାଇନାଲ ମୁକାବିଲ । ତାହା ବି ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ।