Cricket

ଘରୋଇ ମାଟିରେ ନର୍ଥଇଷ୍ଟ ୟୁନାଇଟେଡକୁ ଭେଟିବ ଓଡିଶା

ଭୁବନେଶ୍ୱର: ଘରୋଇ ପଡିଆରେ ନର୍ଥଇଷ୍ଟୁ ୟୁନାଇଟେଡ ଏଫସି କୁ ଭେଟିବ ଓଡିଶା । ବେଙ୍ଗାଲୁରୁ ଏଫସି ବିପକ୍ଷରେ ପ୍ରତ୍ୟାବର୍ତ୍ତନ ବିଜୟ ପରେ ଏହି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ।ତେବେ ରାତି ୮ଟାରେ ନର୍ଥଇଷ୍ଟୁ ୟୁନାଇଟେଡ ଏଫସି ଓ ଓଡିଶା ହେବେ ମୁହାଁମୁହିଁ । ଚଳିତ ଆଇଏସ୍ଏଲ୍ରେ ଓଡ଼ିଶା ଦଳ ଭଲ ଆରମ୍ଭ କରିଛି। ଦୁଇଟି ବାହାର ମ୍ୟାଚ୍ ଏଫ୍ସି ଗୋଆ ଓ କେରଳ ବ୍ଲାଷ୍ଟର୍ସ ଏଫ୍ସି ବିପକ୍ଷରେ ହାରି ଯିବାରୁ ଦଳର ଚିନ୍ତା ବଢ଼ି ଯାଇଥିଲା। ହେଲେ କଳିଙ୍ଗରେ ଖେଳିଥିବା ଗତ ମ୍ୟାଚ୍ରେ ଦଳ ଘରୋଇ ସୁବିଧା ସହ ସୁନିଲ ଛେତ୍ରୀଙ୍କ ନେତୃତ୍ବାଧୀନ ବେଙ୍ଗାଲୁରୁ ଏଫ୍ସିକୁ ୩-୨ ଗୋଲ୍ରେ ହରାଇଥିଲା। ସଂପ୍ରତି ଦଳ ୫ ମ୍ୟାଚ୍ରୁ ୭ ପଏଣ୍ଟ୍ ପାଇ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଏଫ୍ସି ପ୍ରଶିକ୍ଷକ କହିଛନ୍ତି, ‘‘ଲଗାତାର ମ୍ୟାଚ୍ ହେଉଥିଲେ ମଧ୍ୟ ଆମେ ସବୁ ପ୍ରକାର ଆହ୍ବାନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛୁ। ପରିସ୍ଥିତି ଓ ସମସ୍ୟା ଉପରେ ଯେତିକି ଧ୍ୟାନ ଦେଉନୁ, ତାହାଠୁ ଅଧିକ ସମାଧାନ ଉପରେ ଧ୍ୟାନ ଦେଉ। ଆମେ ନର୍ଥଇଷ୍ଟ ଏଫ୍ସି ବିପକ୍ଷରେ ପ୍ରସ୍ତୁତ। ଆମ ପାଖରେ ନରେନ୍ଦର ଓ କାର୍ଲୋସଙ୍କ ଭଳି ଭଲ ଖେଳାଳି ଅଛନ୍ତି। ସେମାନେ ଗତ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ ଦେଇଥିଲେ। ମ୍ୟାଚ୍ର ଆବଶ୍ୟକତା ଅନୁଯାୟୀ ନିଷ୍ପତ୍ତି ନେବୁ। ସନ୍ତୁଳିତ ପ୍ରଦର୍ଶନ ଲାଗି ଉଭୟ ଆକ୍ରମଣାତ୍ମକ ଓ ପ୍ରତିରକ୍ଷା ନେଇ ରଣନୀତି କରିବୁ’’।

Related posts

ଶ୍ରେୟସ ଆୟର: ଏକ ପ୍ରତ୍ୟାବର୍ତ୍ତନ ଶ୍ରେୟସ ଆୟରଙ୍କ ପରି ହେବା ଉଚିତ, ଯିଏ ବିନା ଦୌଡ଼ି ୫୮ ରନ କରିଥିଲେ

Odisha Sports Bureau

ଇତିହାସ ରଚିଲେ ବାମହାତୀ କ୍ରିକେଟର୍‌ ଯଶସ୍ବୀ ଜୈଶୱାଲ୍

Odisha Sports Bureau

ପୁଣି ବିବାଦରେ ଫସିଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau