More Sports

ବିଶ୍ୱ ଦୌଡକୁଦ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ ଓଡିଆ ପୁଅ

ନୂଆଦିଲ୍ଲୀ: ଚଳିତ ମାସ ୧୯ ତାରିଖରେ ହେବାକୁ ଥିବା ବିଶ୍ୱ ଦୌଡକୁଦ ପ୍ରତିଯୋଗିତାରେ ଓଡିଆ ପୁଅ କିଶୋର କୁମାର ଭାରତକୁ ପ୍ରତିନିଧିତ୍ୱ କରିବେ ।ହଙ୍ଗେରି ରାଜଧାନୀ ବୁଦାପେଷ୍ଟରେ ୨୭ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପୁରୁଷ ଜାଭେଲିନରେ ତାଙ୍କ ସହ୪ ଭାରତୀୟ ଅଂଶଗ୍ରହଣ କରିବେ । ପୁରୁଷ ଜାଭେଲିନରେ ଏକାସାଙ୍ଗରେ ଏତେ ଭାରତୀୟ ଯୋଗ ଦେବା ଏହା ଭାରତୀୟଙ୍କ ପାଇଁ ଏକ ଗୌରବପୂର୍ଣ୍ଣ କଥା।

କିଶୋର ବିଶ୍ୱ ମାନ୍ୟତା କୋଟାରୋ ନିଜ ସ୍ଥାନ ପକ୍କା କରିଛନ୍ତି । ରୋହିତ ଯାଦବ ଓ ଡିପି ମନୁ ବିଶ୍ବ ପ୍ରତିଯୋଗିତାର ୩୬ ଜଣିଆ ପ୍ରତିଦ୍ୱନ୍ଦୀ ତାଲିକାରେ ରହିଛନ୍ତି। ହେଲେ ନିକଟରେ ରୋହିତଙ୍କ କହୁଣିର ଅସ୍ତ୍ରୋପଚାର ହୋଇଥିବାରୁ ସେ ଭାଗ ନନେଇପାରନ୍ତି। ଯୋଗ୍ୟତା ସମୟ ଜୁଲାଇ ୩୦ରେ ସରିବା ପରେ ବିଶ୍ବ ଦୌଡ଼କୁଦ (ଡବ୍ଲୁଏ) ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କିଶୋର ୩୬ତମ ସ୍ଥାନରେ ରହିଛନ୍ତି। ସେ ଶ୍ରୀଲଙ୍କା ଜାତୀୟ ପ୍ରତିଯୋଗିତାରେ ୮୪.୩୮ ମିଟର ଜାଭଲିନ୍ ଫିଙ୍ଗି ବିଜେତା ହୋଇଥିଲେ।

Related posts

ଜାତୀୟ ଟେବୁଲ୍ ଟେନିସ୍ ଶରତ କମଲ ଓ ଅର୍ଚ୍ଚନା କାମଥ୍ ଚାମ୍ପିଅନ୍

Odisha Sports Bureau

ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡା: ୨-୧ ଗୋଲରେ ଓଡିଶା ପରାସ୍ତ

Odisha Sports Bureau

୪୫ କେଜି ବର୍ଗ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ହାସଲ କଲେ ଝିଲ୍ଲୀ ଦଳବେହେରା

Odisha Sports Bureau