Tennis

କଳିଙ୍ଗ ଷ୍ଟାଡ଼ିୟମରେ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ ଉଦଯାପିତ

(ଓଡିଶା ସ୍ପୋର୍ଟ): ତିନି ଦିନ ଧରି ଚାଲିଥିବା ଅଲ୍ ଓଡ଼ିଶା ନାଲକୋ ଓପନ୍ ଟେନିସ୍ କଳିଙ୍ଗ ଷ୍ଟାଡ଼ିୟମ୍ରେ ଉଦ୍ୟାପିତ ହୋଇଯାଇଛି। ଏଥିରେ ୧୨ବର୍ଷରୁ କମ୍ ବାଳକ ବର୍ଗରେ ଦେବାଶିଷ ସାହୁ, ୧୬ବର୍ଷରୁ କମ୍ ବାଳକ ବର୍ଗରେ ଅଭିଷେକ ମହାପାତ୍ର ଓ ୧୪ବର୍ଷରୁ କମ୍ ବାଳିକା ବର୍ଗରେ ଦୀକ୍ଷା ରାଉତ ଚାମ୍ପିଅନ୍ ହୋଇଛନ୍ତି।

ସେହିପରି ମହିଳା ଏକକ ବର୍ଗରେ ଭାର୍ଗବୀ କାଲଗା ଓ ପୁରୁଷ ଏକକ ବର୍ଗରେ ଅଶୁଂ ଭୂୟାଁ ଚାମ୍ପିଅନ ହୋଇଛନ୍ତି। ପୁରୁଷ ଡବଲ୍ସ ଇଭେଣ୍ଟରେ କବିର ହଂସ ଏବଂ ଜୟ ନିଶାଙ୍କ ଯୋଡ଼ି ଚାମ୍ପିଅନ୍ ହୋଇଛନ୍ତି।

୪୦ବର୍ଷରୁ ଊର୍ଦ୍ଧ୍ୱ ଭେଟାରନ୍ ଡବଲ୍ସରେ ବିବେକ ତିବରଓ୍ୱାଲ ଓ ପ୍ରଶାନ୍ତ ପାତ୍ର, ୫୦ ବର୍ଷରୁ ଊର୍ଦ୍ଧ୍ୱ ଡବଲ୍ସ ଇଭେଣ୍ଟେରେ ଚୋଇ ଜେ.ଏଚ୍. ଏବଂ ସରୋଜ କୁମାର ଦାଶ ମହାପାତ୍ର ବିଜୟୀ ହୋଇଛନ୍ତି। ସେହିପରି ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗରେ ଜେ. ଗନ୍ତା ଓ ପ୍ରମୋଜ କୁମାର ପଟ୍ଟନାୟକ ଯୋଡ଼ି ଚମ୍ପିଅନ୍ ହୋଇଛନ୍ତି।
ଉଦ୍ୟାପନୀ ଉତ୍ସବରେ ନାଲୋକ ସିଏମ୍ଡି ତପନ କୁମାର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

Related posts

ରାଷ୍ଟ୍ରିୟ ସ୍କୁଲ ଗେମ୍ସ୍ ଟିଟି ଚମ୍ପିଆନସପର ୟୁ-୧୭ ବର୍ଗର ଟାଇଟଲ୍ ଜିତିଲେ ପାୟସ

Odisha Sports Bureau

ଓଟିଏ ଚାମ୍ପିଅନ୍ସିପ ସିରିଜ୍ରେ ସୋହିନୀଙ୍କୁ ଦ୍ୱିମୁକୁଟ

ଆଇଟିଏଫ୍ ଏକକ ଟାଇଟଲ୍ ଜିତିଲେ ଅଙ୍କିତା

Odisha Sports Bureau