Cricket

ପାକିସ୍ତାନ କ୍ରୀଡାମନ୍ତ୍ରୀଙ୍କ ବଡ ବୟାନ, ଆମେ ବିଶ୍ୱକପ ଖେଳିବାକୁ ଭାରତ ଯିବୁନି

ପାକିସ୍ତାନ ଟିମ ଭାରତକୁ ଆସିବ ନ ଆସିବାକୁ ନେଇ ସବୁବେଳେ ବିବାଦରେ ରହିଛି । ପାକିସ୍ତାନ କ୍ରିକେଟ ଦଳ ଏସିଆ କପ ଏବଂ ବିଶ୍ୱକପ ଖେଳିବ କି ନାହିଁ ଏ ପଯ୍ୟନ୍ତ ସ୍ଥିତି ସ୍ପଷ୍ଟ କରି ନାହିଁ । ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଟୁର୍ଣ୍ଣାମେଣ୍ଟ ଖେଳିବା ନେଇ ଏସିୟ କ୍ରିକେଟ ପରିଷଦକୁ ଏବଂ ଆଇସିସିକୁ ରାଜିନାମା ମିଳିଥିଳେ ହେଁ ଦୁଇ ଟୁର୍ଣ୍ଣାମେଣ୍ଟକୁ ନେଇ ପାକିସ୍ତାନ କଡା ଆଭିମୁଖ୍ୟ ଆପଣେଇଛି । ପାକିସ୍ତାନ କ୍ରୀଡାମନ୍ତ୍ରୀ ଏହସାନ ମଜରୀ କହିଛନ୍ତି, ଯଦି ଭାରତୀୟ ଦଳ ଏସିଆ କପ ପାଇଁ ନିରପେକ୍ଷ ସ୍ଥାନ ଦାବି କରିବ ତେବେ ବିଶ୍ୱକପ ଖେଳିବାକୁ ଭାରତ ଯାତ୍ରା କରିବ ନାହିଁ ।

ଜାତୀୟ ଗଣ ମାଧ୍ୟମରେ ଆଲେଚନା ବେଳେ ମଜାରୀ କହିଛନ୍ତି,ଯଦି ଭାରତ ଏସିଆ କପ୍ ଲାଗି ନିରପେକ୍ଷ ସ୍ଥାନ ଦାବି କରୁଛି ତେବେ ପାକିସ୍ତାନର ମଧ୍ୟ ଅନୁରୂପ ଦାବି କରିବ। ସେ କହିଛନ୍ତି ଆମକୁ ଅହମ୍ମଦାବାଦରେ ବିଶ୍ଵକପ୍ ଖେଳିବାରେ କୌଣସି ଆପତ୍ତି ନାହିଁ, ମାତ୍ର ସର୍ତ୍ତ ଏହା ଯେ, ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଆସି ଏସିଆ କପ୍ ଖେଳିଲେ ପାକିସ୍ତାନ ବିଶ୍ଵକପ୍ ଖେଳିବା ପାଇଁ ଭାରତ ଯିବ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ବିଶ୍ଵକପର ଭେନ୍ୟୁ ଦେଖିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଭାରତ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।

ପାକିସ୍ତାନ କ୍ରୀଡାମନ୍ତ୍ରୀ ଆହୁରି କହିଛନ୍ତି, ବୈଦେଶିକ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ନେତୃତ୍ଵାଧୀନ ୧୧ ଜଣିଆ କମିଟି ଭାରତ ଗସ୍ତ କରିବେ।ଉକ୍ତ କମିଟିରେ ମୁଁ ମଧ୍ୟ ସଦସ୍ୟ ରହିଛି। କମିଟି ଗସ୍ତ କରିବା ସହ ସମୀକ୍ଷା ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିବେ। ଏହା ପରେ ଚୂଡ଼ାନ୍ତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନେବେ। ଏସିଆ କପ୍ ୨୦୨୩ ପାଇଁ ପିସିବି ଦ୍ଵାରା ଉପସ୍ଥାପିତ ହାଇବ୍ରିଡ ମୋଡେଲ ପକ୍ଷରେ ସେ ନ ଥିଲେ ବୋଲି ମଜାରୀ କହିଛନ୍ତି। ପାକିସ୍ତାନକୁ ଏସିଆ କପ୍ର ଆୟୋଜକ ଏବଂ ତାକୁ ସମସ୍ତ ମ୍ୟାଚ୍ ଆୟୋଜନ କରିବାର ଅଧିକାର ରହିଛି। କ୍ରିକେଟ୍ ପ୍ରେମୀ ଏହା ମଧ୍ୟ ଚାହାନ୍ତି।

Related posts

ଅଧିନାୟକ ଶୁବମନ ଗିଲ୍ ଙ୍କ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଆଶ୍ଚର୍ଯ୍ୟଜନକ ରେକର୍ଡ

ବିଦର୍ଭକୁ ହରାଇବାକୁ ଓଡ଼ିଶା ସମ୍ମୁଖରେ ୩୪୫ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ

Odisha Sports Bureau

ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଆଗାମୀ ଆଇପିଏଲ୍‌ ସଂସ୍କରଣରେ ଖେଳିବା ନେଇ ଆଶଙ୍କା

Odisha Sports Bureau