Cricket

ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ପାର୍ଥିବ ପଟେଲ

(ନୂଆଦିଲ୍ଲୀ): ଟିମ ଇଣ୍ଡିଆର ପୂର୍ବତନ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୧୮ ବର୍ଷର କ୍ରିକେଟ କ୍ୟାରିଅର ମଧ୍ୟରେ ସେ ଭାରତ ପାଇଁ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳିଛନ୍ତି । ବର୍ତ୍ତମାନ ସେ ୩ଟି ଯାକ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ତେବେ ଆଗକୁ ଆଇପିଏଲ ଖେଳିବା ଜାରି ରଖିବେ ବୋଲି ସେ ସୂଚନା ଦେଇଛନ୍ତି । ୩୫ ବର୍ଷିୟ ପାର୍ଥିବ ଭାରତ ପାଇଁ ୨୫ଟି ଟେଷ୍ଟ, ୩୮ଟି ଦିନିକିଆ ଏବଂ ୨ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛନ୍ତି । ଘରୋଇ କ୍ରିକେଟରେ ସେ ଗୁଜୁରାଟ ପକ୍ଷରୁ ୧୯୪ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି । ମାତ୍ର ୧୭ ବର୍ଷ ବୟସରେ ୨୦୦୨ ମସିହାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ସେ ଡେବ୍ୟୁ କରିଥିଲେ । ୨୦୦୪ରେ ଟିମ ଇଣ୍ଡିଆରେ ଦୀନେଶ କାର୍ତ୍ତିକ ଏବଂ ମହେନ୍ଦ୍ର ସିଂହ ଧୋନି ସାମିଲ ହେବା ପରେ ପାର୍ଥିବଙ୍କୁ ଆଉ ଖେଳିବାର ସୁଯୋଗ ମିଳିନଥିଲା । ସେ ତାଙ୍କର ଶେଷ ଟେଷ୍ଟ ୨୦୧୮ ମସିହାରେ ଜୋହାନ୍ସବର୍ଗଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ ।

Related posts

ପାକିସ୍ତାନ ସହ ଭାରତ ଖେଳିବା ନେଇ ନିଷ୍ପତ୍ତି ନେବ ବିସିସିଆଇ

Odisha Sports Bureau

ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଧୋନଙ୍କ ବାମ ଆଣ୍ଠୁର ସଫଳ ଅସ୍ତ୍ରୋପଚାର ହୋଇଛି

ସେମିଫାଇନାଲରେ ଭାରତ ଏ ଦଳକୁ ପରାସ୍ତ କରି ବାଂଲାଦେଶ ଏ ଦଳ ରାଇଜିଂ ଷ୍ଟାର୍ସ ଏସିଆ କପର ଫାଇନାଲରେ ପ୍ରବେଶ କରିଛି

Odisha Sports Bureau