More Sports

ପ୍ରୋ କବାଡି ଲିଗ୍: ପୁୁଣିଥରେ ଦେଖିବାକୁ ମିଳିଛି ପ୍ରଦିପ୍ ନରୱାଲଙ୍କ ଜାଦୁ, ପାଟନା ପୁଣେରି ପଲଟନକୁ ହରାଇଲା

(ଓଡିଶା ସ୍ପୋର୍ଟ): କ୍ୟାପ୍ଟେନ୍ ପ୍ରଦିପ୍ ନରୱାଲଙ୍କ ରେକର୍ଡ ୨୭ ଅଙ୍କର ଦମ୍ ରେ ଉପସ୍ଥିତ ଚମ୍ପିଆନ ପାଟନା ପାଇରେଟସ୍ ପ୍ରୋ କବାଡି ଲିଗ୍(ପିକେଏଲ୍)ର ଷଷ୍ଠ ସିଜିନରେ ଇଣ୍ଟର ଜୋନ୍ ଚ୍ୟାଲେଞ୍ଜ ମୁକାବିଲାରେ ଶୁକ୍ରବାର ଦିନ ପୁଣେରି ପଲଟନ୍ ଙ୍କୁୁ ଏକତରଫା ଅନ୍ଦାଜରେ ୫୩-୩୬ରେ ପରାସ୍ତ କରିଛନ୍ତି । ଦୁଇଟିଯାକ ହାଫ୍ ରେ ପାଟନାର ପଲ୍ଲା ଭାରି ରହିଥିଲା । ତିନି ତିନି ଥର ବିଜେତା ହୋଇଥିବା ପାଟନାର ଏହି ସିଜିନରେ ୧୭ ମୁକାବିଲାରେ ୯ମ ବିଜୟ ଥିଲା । ପାଟନା ଏବେ ୫୧ଅଙ୍କ ସହିତ ଜୋନ୍–ବି ରେ ଦ୍ୱିତୀୟ ସ୍ଥାନରେ ରହିଛି । ସେପଟେ, ପୁଣେରିକୁ ୨୦ ମ୍ୟାଚରୁ ୧୧ତମ ପରାଜୟ ସହିବାକୁ ପଡିଛି । ଟିମ୍ ୪୭ ଅଙ୍କ ସହିତ ଜୋନ୍- ଏ ରେ ଚତୁର୍ଥ ସ୍ଥାନରେ ରହିଛି ।
ବିଜେତା ପାଟନା ପାଇଁ ପ୍ରଦିପ୍ଙ୍କ ୨୭ ଅଙ୍କ ବାଦ୍ ମଞ୍ଜିତ୍ ୬ ଏବଂ ବିକାଶ କାଲେ ଦୁଇଟି ଅଙ୍କ ନେଇଥିଲେ । ପାଟନାକୁ ରେଡ୍ ଠାରୁ ୩୩, ଟେକଲ ଠାରୁ ୧୨, ଅଲଆଉଟ୍ ଠାରୁ ୬ ଏବଂ ଦୁଇଟି ଅତିରିକ୍ତ ଅଙ୍କ ହାସଲ କରିଥିଲେ । ପୁନେରୀ ତରଫରୁ ମୋରେ ଜିବି ୧୩, ସଂନ୍ଦିପ ନରବାଲ ୭ ଏବଂ ପରବେଶ ୩ ଅଙ୍କ ହାସଲ କରିଛନ୍ତି । ଟିମ୍ ରେଡ୍ ଠାରୁ ୨୮, ଟେକଲ ଠାରୁ ୬ ଏବଂ ନିନୋଟି ଅତିରିକ୍ତ ଅଙ୍କ ବାଣ୍ଟିଥିଲେ ।

Related posts

ଜୁନ୍ ମାସରେ ଲସ୍ ଭେଗାସରେ ବକ୍ସିଂ ଆରମ୍ଭ ହୋଇପାରେ

ପିଏସଏଲର ପ୍ରସାରଣ ଏବେ ବିଶ୍ୱବ୍ୟାପୀ ବନ୍ଦ

Odisha Sports Bureau

ନୀରଜଙ୍କ ନାଁରେ ସୁନାର ପୋଷ୍ଟ ବକ୍ସ

Odisha Sports Bureau

Leave a Comment