More Sports

ଦେଶ ପାଇଁ ଗୌରବ ଆଣିଲେ ରବି ଦହିୟା

(ଇସ୍ତାନବୁଲ) : ରେସଲର ରବି ଦହିୟା ପୁଣି ଦେଶ ପାଇଁ ଆଣିଦେଇଛନ୍ତି ଗୌରବ। ତୁର୍କୀର ଇସ୍ତାନବୁଲରେ ୟାସର ଡୋଗୁ ରାଙ୍କିଙ୍ଗ ସିରିଜରେ ୬୧ କେଜି ଫାଇନାଲରେ ଉଜବେକିସ୍ତାନର ଗୁଲୋମଜୋନ୍ ଅବଦୁଲ୍ଲାଭଙ୍କୁ ୧୧-୧୦ରେ ହରାଇ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି।

ସୂଚନାନୁଯାୟୀ , ରବି ଦହିୟା ଅଲିମ୍ପିକରେ ରୌପ୍ୟ ପଦକ ଜିତିଥିବା ଦ୍ବିତୀୟ ଭାରତୀୟ ରେସଲର। ଟୋକିଓରେ ବିଶ୍ବ ଚମ୍ପିଆନ୍ ଜାବୁର ଉଗୁଏଭଙ୍କଠାରୁ ପୁରୁଷ ଫ୍ରିଷ୍ଟାଇଲରେ ୫୭ କେଜି ମୁକାବିଲାରେ ୪-୭ରେ ଦହିୟା ହାରି ଯାଇଥିଲେ। ୨୩ ବର୍ଷୀୟ ଦହିୟା ଅଲିମ୍ପିକରେ ରୌପ୍ୟ ନୁହେଁ ବଂର ସ୍ୱର୍ଣ୍ଣ ପଦକ ଜିତିବାକୁ ଚାହୁଁଥିଲେ। ସେ କହିଥିଲେ, ମୁଁ ରୌପ୍ୟ ପଦକ ପାଇଥିବାରୁ ଖୁସି ଅଛି, କିନ୍ତୁ ଆହୁରି ଭଲ କରିପାରିଥାନ୍ତି। ମୁଁ ସ୍ୱର୍ଣ୍ଣ ପଦକ ଜିତିବାର ପୁରା ଚେଷ୍ଟା କରିଥିଲି, କିନ୍ତୁ ଅଳ୍ପକେ ହାରିଗଲି। ଏବେ ଶେଷରେ ଦହିୟା ତାଙ୍କର ବାକି ରହିଯାଇଥିବା ସ୍ବପ୍ନକୁ ପୂରଣ କରିଛନ୍ତି।

Related posts

ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡା: ୨-୧ ଗୋଲରେ ଓଡିଶା ପରାସ୍ତ

Odisha Sports Bureau

ଏସିଆ ତିରନ୍ଦାଜୀ ଜମ୍ପିଆନସିପ୍ ୨୦୧୯: ଅତନୁ ଦାସ ବ୍ୟକ୍ତିଗତ ରିକର୍ବ ବର୍ଗରେ ଜିତିଲେ ବ୍ରୋଞ୍ଜ

Odisha Sports Bureau

ଚେସ୍ ଚାମ୍ପିଅନସିପରେ ସାଇନାଙ୍କୁ ରୌପ୍ୟ