Cricket

ରାହାଣେଙ୍କ ୫ହଜାର ରନ ପୂର୍ଣ୍ଣ

ଲଣ୍ଡନ:ଭାରତକୁ ପ୍ରଥମ ପାଳିରେ ଭଲ ସ୍କୋର କରିଛନ୍ତି ଆଜିଙ୍କ୍ୟ ରାହାଣେ ।ସେ ୫,୦୦୦ ରନ୍ ପୂର୍ଣ୍ଣ କରି ନେଇଛନ୍ତି ।ଦୀର୍ଘ ୧୮ ମାସ ପରେ ଟେଷ୍ଟ୍ କ୍ରିକେଟ୍କୁ ପ୍ରତ୍ୟାବର୍ତନ କରିଥିବା ୩୫ ବର୍ଷୀୟ ରାହାଣେ ନିଜର ୮୩ତମ ଟେଷ୍ଟ୍ରେ ଏହି ଗୌରବ ଅର୍ଜନ କରିଛନ୍ତି।ହାଣେ ଶତକରୁ ବଞ୍ଚିତ (୮୯ ରନ୍) ହେବା ଅବସରରେ ଏକ ବ୍ୟକ୍ତିଗତ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।
ରାହାଣେ ତାଙ୍କ ୨୬ତମ ଟେଷ୍ଟ୍ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ୧୧ ରନ୍ ପାଇଁ ତ୍ରୟୋଦଶ ଶତକରୁ ବଞ୍ଚିତ ରହିଥିଲେ। ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ଛକା ମାରି ଚମତ୍କାର ଢ଼ଙ୍ଗରେ କିନ୍ତୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ଟେଷ୍ଟ ଦଳକୁ ପ୍ରତ୍ୟାବର୍ତନ କରିବା ପୂର୍ବରୁ ରାହାଣେ ଚଳିତ ବର୍ଷର ଆଇପିଏଲ୍ରେ ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ଦଳର ପ୍ରମୁଖ ସଦସ୍ୟ ଥିଲେ। ଆଇପିଏଲ୍ରେ ସେ ୩୨୬ ରନ୍ ସଂଗ୍ରହ କରିଥିଲେ

ରାହାଣେଙ୍କ ପୂର୍ବରୁ କପିଳ ଦେବ (୫୨୪୮), ଗୁଣ୍ଡାପ୍ପା ବିଶ୍ବନାଥ (୬୦୮୦), ମହମ୍ମଦ ଆଝାରୁଦ୍ଦିନ୍ (୬୨୧୫), ଦିଲୀପ ଭେଙ୍ଗସରକାର (୬୮୬୮), ଚେତେଶ୍ବର ପୂଜାରା (୭୧୬୮ଞ୍ଚ), ସୌରଭ ଗାଙ୍ଗୁଲି (୭୨୧୨), ବିରାଟ କୋହଲି (୮୪୩୦ଞ୍ଚ), ବୀରେନ୍ଦ୍ର ସେହବାଗ (୮୫୦୩), ଭିଭିଏସ୍ ଲକ୍ଷ୍ମଣ (୮୭୮୧), ସୁନିଲ ଗାଭାସ୍କର (୧୦,୧୨୨) ରାହୁଲ ଦ୍ରାବିଡ଼ (୧୩, ୨୬୫) ଏବଂ ସଚିନ ତେନ୍ଦୁଲକର (୧୫, ୯୨୧) ଏହି କ୍ଲବ୍ରେ ଥିଲେ।

Related posts

ଆଇସିସି ରାକିଙ୍ଗରେ ରାହୁଲଙ୍କ ଲମ୍ବ ଡିଆଁ

Odisha Sports Bureau

ବିମାନ ବନ୍ଦରରେ ସାକ୍ଷୀଙ୍କ ସହ ଧୋନି

ବର୍ଷା ପାଇଁ ଫିକା ପଡିଯିବ ଟି-୨୦ ବିଶ୍ୱକପ୍

Odisha Sports Bureau