Cricket

ରାହାଣେଙ୍କ ଫୋକସ ମନ୍ତ୍ର

ନୂଆଦିଲ୍ଲୀ: ସେଞ୍ଚୁରିଅନରେ ଚାଲିଛି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ । ମ୍ୟାଚର ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୩ ୱିକେଟ ବିନିମୟରେ ୨୭୨ ରନ ସଂଗ୍ରହ କରିଛି । ଓପନର ତଥା ଦଳର ନୂଆ ଉପ ଅଧନାୟକ ଲୋକେଶ ରାହୁଲ ପ୍ରଥମ ଦିନରେ ଶତକ ହାସଲ କରିଛନ୍ତି । ତେବେ ଦଳ ପାଇଁ ସବୁଠୁ ବଡ କଥା ହେଉଛି ପୂର୍ବତନ ଉପ ଅଧିନାୟକ ଅଜିଙ୍କ୍ୟା ରାହାଣେ ନିଜ ଲୟକୁ ଫେରିଥିବା ଜଣା ପଡୁଛି । ଦୀର୍ଘ ଦିନ ହେଳା ଖରାପ ଫର୍ମକୁ ନେଇ ସଂଘର୍ଷ କରୁଥିବା ରାହାଣେ ପ୍ରଥମ ଦିନରେ ଖୁବ ସୁନ୍ଦର ଖେଳି ୪୦ ରନରେ ଅପରାଜିତ ଅଛନ୍ତି ।

ତେବେ ସେ ବ୍ୟାଟିଂ କରୁଥିବା ସମୟରେ ଏକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ବୋଲରଙ୍କ ରନ ଅପ ସମୟରେ ସେ ନିଜକୁ ବାରମ୍ବାର ଗୋଟିଏ କଥା ମନେ ପକାଇ ଦେଉଥିଲେ । ଖେଳିବା ସମୟରେ ସେ ବଲ ଉପରେ ଫୋକସ କରୁଥିବା ଦେଖିବାକୁ ମିଳିଥିଲା । ସେଥିପାଇଁ ବ୍ୟାଟିଂ ସମୟରେ ବାରମ୍ବାର ‘ୱାଚ ଦ ବଲ’ ‘ୱାଚ ଦ ବଲ’ ବୋଲି କହୁଛନ୍ତି ରାହାଣେ । ଖେଳରେ ନିଜର ଏକାଗ୍ରତା ବଢାଇବାକୁ ସେ କିଛି ଏପରି କରିଥିଲେ । ଯାହାକି ଏବେ ସୋସିଆଲ ମିଡଆରେ ଭାଇରାଲ ହେବାରେ ଲାଗିଛି । ସେଥିପାଇଁ ବିରାଟ କୋହଲି ଆଉଟ ହେବା ପରେ ରାହାଣେ ରାହୁଲଙ୍କ ଖୁବ ସାଥ ଦେଇଥିଲେ ।

Related posts

ପ୍ରଥମ ଟି -୨୦ ଭାରତୀୟ ମହିଳା ଦଳ ଆଗରେ ୧୬୦ ରନ୍ ରେ ଲକ୍ଷ୍ୟ

Odisha Sports Bureau

ଭାଇରାଲ ହେଉଛି ଧୋନୀ ଓ ବେବି ମାଲିଙ୍ଗାଙ୍କ ଭିଡିଓ

Odisha Sports Bureau

ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

Odisha Sports Bureau