Cricket

ପତ୍ନୀଙ୍କ ସହ ମହାକାଳେଶ୍ଵର ମନ୍ଦିରରେ ରାହୁଲ

ଉଜ୍ଜୈନ୍‌: ଭାରତୀୟ କ୍ରିକେଟର ରାହୁଲ୍‌ ଓ ତାଙ୍କ ପତ୍ନୀ ଅଭିନେତ୍ରୀ ଆଥିଆ ସେଟ୍ଟୀ ଉଜ୍ଜୈନସ୍ଥିତ ମ‌ହାକାଳେଶ୍ବର ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ପୂଜା କରୁଥିବା ସମୟର ଏକାଧିକ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ପୂଜାରେ ଆଥିଆ ଏକ ହଳଦିଆ ଶାଢୀ ପିନ୍ଧିଥିଲା ବେଳେ ରାହୁଲ ଧୋତି ପରିଧାନ କରିଥିଲେ। କେବଳ ରାହୁଲ ନୁ‌ହଁନ୍ତି ଚଳିତ ଶୃଙ୍ଖଳାରେ ସଫଳ ଅଲରାଉଣ୍ଡର ସାବ୍ୟସ୍ତ ହୋଇଥିବା ବାମହାତୀ ସ୍ପିନର ଅକ୍ଷର ପଟେଲ୍‌ ମଧ୍ୟ ତାଙ୍କ ପତ୍ନୀ ମେହାଙ୍କ ସହ ମହାକାଳେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

ତେବେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଦୁଇ ମ୍ୟାଚ୍‌କୁ ଜିତି ଭାରତ ଆଗରେ ରହିଥିବା ବେଳେ କେଏଲ୍‌ ରାହୁଲ୍‌ଙ୍କ ପ୍ରଦର୍ଶନକୁ ନେଇ ଚାରିଆଡ଼େ ଆଲୋଚନା ଚାଲିଛି। ତଥାପି ଦଳ ପକ୍ଷରୁ ରାହୁଲଙ୍କ ପ୍ରତି ସମର୍ଥନ ରହୁଥିବାରୁ ଇନ୍ଦୋରରେ ସେ ତାଙ୍କ ଲୟକୁ ‌ଫେରିବେ ବୋଲି ଅନେକ ଆଶା ବାନ୍ଧିଛନ୍ତି। ଯେତେବେଳେ କୋହଲି ଫର୍ମକୁ ନେଇ ସଂଘର୍ଷ କରୁଥିଲେ, ସେତେବେଳେ ସେ ଓ ପତ୍ନୀ ଅନୁଷ୍କା ନିୟମିତ ବ୍ୟବଧାନରେ ବିଭିନ୍ନ ଆଧ୍ୟାତ୍ମିକ ସ୍ଥଳ ବୁଲିବାକୁ ଯିବା ସହ ପୂଜାର୍ଚ୍ଚନା କରୁଥିଲେ। ଏହାପରଠୁ କୋହଲି ଚମତ୍କାର ପ୍ରଦର୍ଶନ ଦେଇ ଆସୁଛନ୍ତି। ତେଣୁ ରାହୁଲ୍‌ ମଧ୍ୟ ତାଙ୍କ ଫର୍ମ ଫେରିପାଇବେ ବୋଲି ଅନେକ ପ୍ରଶଂସକ ସୋସିଆଲ୍‌ ମିଡିଆରେ ମତ ରଖିଛନ୍ତି।

Related posts

୨୦ ବର୍ଷ ତଳର ବଦଲା ନେବ ଭାରତ; ଅଷ୍ଟ୍ରେଲିଆକୁ ଦେବ ମୁହଁତୋଡ ଜବାବ

Odisha Sports Bureau

ରେଖାଙ୍କୁ ଝୁରୁଛି ଭାଇଜାଗର ସମୁଦ୍ର କୂଳ ,ନିରାଶ ହୋଇ ଫେରିଲେ ଲୋକେ

Odisha Sports Bureau

ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜ ଦଳର ଧୂଆଁଧାର ବ୍ୟାଟ୍ସମ୍ୟାନ ନିକୋଲାସ ପୂରନ

Odisha Sports Bureau