Cricket

ଇଂଲଣ୍ଡଠୁ ହାରିବା ପରେ କାନ୍ଦିଲେ ରୋହିତ ଶର୍ମା

ଆଡିଲେଡ୍‌: ଭାରତ ପାଇଁ ସରିଗଲା ଟି-୨୦ ବିଶ୍ୱକପ ୨୦୨୨ର ଯାତ୍ରା । ସେମିଫାଇନାଲରେ ଇଂଲଣ୍ଡ ଠାରୁ ଶୋଚନୀୟ ପରାଜୟ ପରେ ୱାଲର୍ଡକପ ରେସରୁ ବାଦ ପଡିଛି ଟିମ ଇଣ୍ଡିଆ । ଲୁଢୁଆ ବ୍ୟାଟିଂ ସତ୍ୱେ ବିଶୃଙ୍ଖଳିତ ବୋଲିଂ ପାଇଁ ଭାରତକୁ ସହିବାକୁ ପଡିଛି ଏତେ ବଡ କ୍ଷତି । ଆଉ ବିନା ଟ୍ରଫିରେ ଭାରତ ପାଇଁ ଶେଷ ହୋଇଗଲା ମିଶନ ୱାଲର୍ଡକପ । ଭାରତର ପରାଜୟ ପରେ ପ୍ରତେକ ଭାରତୀୟ କ୍ରିକେଟ ପ୍ରେମୀ ନିରାଶ ହୋଇଛନ୍ତି ।

ଏପରିକି ମ୍ୟାଚରେ ହାରିଯିବା ପରେ ଟିମ୍ ଇଣ୍ଡିଆର କ୍ୟାପଟେନ ରୋହିତ ଶର୍ମା କାନ୍ଦୁଥିବା ଭିଡିଓ ଭାଇରାଲ ହେଉଛି । ଡଗ୍‌ଆଉଟ୍‌ରେ ତାଙ୍କୁ ଭାବୁକ ଅବସ୍ଥାରେ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ସରିବା ପରେ ଯେତେବେଳେ ଟିମ୍‌ ଇଣ୍ଡିଆର ଖେଳାଳି ଇଂଲଣ୍ଡ ଟିମ୍‌ ସହ ହାତ ମିଳାଇ ନିଜ ଡଗ୍‌ଆଉଟରେ ପହଞ୍ଚିଥିଲେ, ସେତେବେଳେ ରୋହିତ ଶର୍ମା ଭାବୁକ ହୋଇ କାନ୍ଦି ପକାଇଥିଲେ । କିଛି ସମୟ ପର୍ୟ୍ୟନ୍ତ ରୋହିତ ଶର୍ମାଙ୍କୁ ରାହୁଲ ଦ୍ରାବିଡଙ୍କ ସହ କଥା ହେଉଥିବାର ଦେଖା ଯାଇଥିଲା। କିଛି ମିନିଟ୍‌ ପର୍ୟ୍ୟନ୍ତ ଦୁଇଜଣ କଥା ହୋଇଥିଲେ ଏବଂ ଏହାପରେ ରୋହିତ ଶର୍ମା ଇମୋସନାଲ ହୋଇପଡ଼ିଥିଲେ। ସେଠାରେ ରାହୁଲ ଦ୍ରାବିଡ ତାଙ୍କୁ ସାନ୍ତ୍ୱନା ଦେଉଥିବାର ଦେଖା ଯାଇଥିଲା। ତେବେ ବିରାଟ କୋହଲି ମଧ୍ୟ ମଇଦାନରେ ନିରାଶ ନଜର ଆସିଥିଲେ ।

ତେବେ ଦିନିକିଆ ବିଶ୍ବକପ୍‌ ବିଜେତା ଇଂଲଣ୍ଡ ୧୦ ୱିକେଟ୍‌ରେ ଭାରତକୁ ଅତି ଶୋଚନୀୟ ଭାବେ ପରାସ୍ତ କରି ଫାଇନାଲ୍‌ରେ ସ୍ଥାନ ପକ୍କା କରି ନେଇଛି। ୧୯୯୨ ଦିନିକିଆ ବିଶ୍ବକପ୍‌ ଭଳି ଏଥର ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଫାଇନାଲ୍‌ରେ ମଧ୍ୟ ଦୁଇ ସମାନ ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ ଓ ପାକିସ୍ତାନ ମୁକାବିଲା କରିବେ।

Related posts

ଜାତୀୟ ଦୃଷ୍ଟିହୀନ ମହିଳା ଟି୨୦: ଚାମ୍ପିୟନ ହେଲା ଓଡ଼ିଶା

Odisha Sports Bureau

ଘୋଷଣା ହେଲା ସିଡ୍ୟୁଲ୍, ଜୁନ୍‌ ୧୨ରୁ ମହିଳା ଟି-୨୦ ବିଶ୍ବକପ୍‌

Odisha Sports Bureau

ସିଏସକେ ପୋଷ୍ଟରେ ଫ୍ୟାନ୍ସ ହେଲେ ଭାବପ୍ରବଣ

Odisha Sports Bureau