(ଓଡିଶା ସ୍ପୋର୍ଟ): ଅଷ୍ଟ୍ରେଲିଆ ବିରୋଧ ୪ର୍ଥ ଟେଷ୍ଟ ମ୍ୟାଚ୍ରେ ଖେଳିବେ ନାହିଁ ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା । ରୋହିତଙ୍କ ପତ୍ନୀ ଋତିକା ଭାରତରେ ଏକ ଡାକ୍ତରଖାନାରେ ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ତେଣୁ ନବଜାତ କନ୍ୟା ଓ ପତ୍ନୀଙ୍କ ସହିତ ରହିବା ପାଇଁ ରୋହିତ ଟେଷ୍ଟ ଶୃଙ୍ଖଳାର ଅଧାରୁ ଭାରତ ଫେରିଆସିଛନ୍ତି। ତେବେ ରୋହିତ ଶର୍ମା ଭାରତ ଫେରି ଆସିଥିବା ବେଳେ ସେ ୪ର୍ଥ ଟେଷ୍ଟ ଖେଳିବା ନେଇ ଆଶଙ୍କା ଶୃଷ୍ଟି ହୋଇଛି। ରୋହିତଙ୍କ ବଦଳରେ ଅନ୍ୟ କୌଣସି ଖେଳାଳି ପଠାଇବାକୁ ଅଧିନାୟକ ବିରାଟ କୋହଲି ଓ କୋଚ୍ ରବିଶାସ୍ତ୍ରୀ ଚାହିଁବେ କିମ୍ବା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।
ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଜାନୁଆରି ୩ ତାରିଖ ଦିନ ସିଡ୍ନିରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିରୋଧରେ ୪ର୍ଥ ଓ ଶେଷ ଟ୍ରେଷ୍ଟ ରେ ରୋହିତ ଶର୍ମାଙ୍କ ଖେଳିବା ନେଇ ସନ୍ଦେହ ରହିଛି ।ରୋହିତଙ୍କ ପତ୍ନୀ ଋତିକା ସେମାନଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିବା ବେଳେ ପତ୍ନୀଙ୍କ ପାଖରେ ରହିବା ପାଇଁ ରୋହିତ ଶର୍ମା ମେଲବୋର୍ଣ୍ଣ ଟେଷ୍ଟ ପରେ ପରେ ଭାରତ ଫେରି ଆସିଥିଲେ
