Football

୧୪୫ତମ ହେଡର ଗୋଲରେ ପହଁଚିଲେ ରୋନାଲ୍ଡୋ

ବ୍ୟୁରୋ : କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନୂଆ କୀର୍ତ୍ତିମାନ । ବିଶ୍ବ ଫୁଟବଲ ହେଡର୍ ଜରିଆରେ ଗୋଲ୍ ସ୍କୋର କରିବାରେ ପର୍ତୁଗାଲ୍ ତାରକା ରୋନାଲ୍ଡୋ ପୁଣି କୀର୍ତ୍ତି ରଚିଛନ୍ତି । ମଙ୍ଗଳବାର ରିୟାଧର କିଙ୍ଗ ଫହାଦ ଆନ୍ତର୍ଜାତିକ ଷ୍ଟାଡିୟମରେ ଚାଲିଥିବା କିଙ୍ଗ୍ ସଲମାନ୍ କ୍ଲବ୍ କପ୍ ପ୍ରତିଯୋଗିତାରେ ଅଲ୍ ନାସେର୍ ପକ୍ଷରୁ ୟୁଏସ୍ ମୋନାଷ୍ଟିର୍ ବିପକ୍ଷରେ ଖେଳୁଥିଲା ବେଳେ ରୋନାଲ୍ଡୋ ଏହି କୀର୍ତ୍ତିମାନ କରିଥିଲେ। ମ୍ୟାଚର ୭୪ତମ ମିନିଟରେ ସୁଲତାନ ଅଲ୍ ଘାନମଙ୍କୁ ପାସ୍ ପାଇ ରୋନାଲ୍ଡୋ ହେଡର୍ ଜରିଆରେ ଗୋଲ୍ ସ୍କୋର କରିଥିଲେ। ଏହାଥିଲା ତାଙ୍କର ୧୪୫ତମ ହେଡର୍ ଗୋଲ୍।

ଏହି ହେଡର୍ ଗୋଲ୍ ଫଳରେ ସେ ଜର୍ମାନିର ଗର୍ଡ ମୁଲାରଙ୍କ ୧୪୪ ହେଡର୍ ଗୋଲ୍କୁ ସେ ଟପିଯାଇଥିଲେ। ରୋନାଲ୍ଡଙ୍କ ପାଇଁ ଏହା ଥିଲା ୮୩୯ତମ ଗୋଲ୍ । ରୋନାଲ୍ଡୋଙ୍କ ଗୋଲ୍ ସହାୟତାରେ ଅଲ୍ ନାସେର୍ ୪-୧ ଗୋଲରେ ବିଜୟୀ ହୋଇଥିଲେ। ୨୦୨୩ ଜାନୁଆରିରେ ରୋନାଲ୍ଡୋ ଅଲ୍ ନାସେର୍ କ୍ଲବରେ ସାମିଲ ହୋଇଥିଲେ ଏବଂ ସାଉଦି ପ୍ରୋ ଲିଗରେ ଦଳ ପାଇଁ ୧୫ ଗୋଲ୍ ସ୍କୋର କରିଛନ୍ତି। ରୋନାଲ୍ଡୋଙ୍କ ପେସାଦାର ଖେଳଜୀବନ ମଧ୍ୟରେ ଏହା ହେଉଛି ତାଙ୍କର ପଞ୍ଚମ କ୍ଲବ୍। ୯୦୦ରୁ ଊର୍ଦ୍ଧ୍ବ କ୍ଲବ୍ ମ୍ୟାଚ୍ ଖେଳିବା ପରେ ୭୦୦ରୁ ଅଧିକ ଗୋଲ୍ ଦେଇସାରିଲେଣି। ଏଥି ସହିତ ଆନ୍ତର୍ଜାତିକ ଗୋଲ୍ ସ୍କୋରରଙ୍କ ମଧ୍ୟରେ ସେ ଏବେ ଆଗରେ ରହିଛନ୍ତି

Related posts

ପଡ଼ିଆକୁ ଫେରିଛନ୍ତି ବାଲା

Odisha Sports Bureau

୩ ମାସ ପାଇଁ ନିଲମ୍ବିତ ହେଲେ ମେସି

Odisha Sports Bureau

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ