Cricket

ଗମ୍ଭୀରଙ୍କୁ କଟାକ୍ଷ କରିବା ପରେ ଶ୍ରୀଶାନ୍ତଙ୍କୁ ନୋଟିସ

ନୂଆଦିଲ୍ଲୀ: ଲିଜେଣ୍ଡସ କ୍ରିକେଟ୍‌ ଲିଗର ଆୟୋଜନ ଭାରତର ଅନେକ ସହରରେ ହେଉଛି। ଏହି ମ୍ୟାଚ ପାଇଁ ଖେଳପ୍ରେମୀ ବି ଖୁବ ଉତ୍ସାହିତ ଅଛନ୍ତି। ନିକଟରେ ଇଣ୍ଡିଆ କ୍ୟାପିଟାଲ୍ସର ଓ ଗୁଜୁରାଟ ଜାଏଣ୍ଟସ ଦୁଇଟି ଦଳ ମଧ୍ୟରେ ଖେଳ ଚାଲିଥିବା ବେଳେ ଦ୍ୱିତୀୟ ଓଭର୍‌ରେ ଶ୍ରୀଶାନ୍ତ ଓ ଗମ୍ଭୀରଙ୍କ ମଧ୍ୟରେ ଝଗଡ଼ା ଲାଗିଥିବ‌ାର ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାକୁ କେନ୍ଦ୍ର କରି ଶ୍ରୀଶାନ୍ତ ଏକ ଭିଡିଓ ପୋଷ୍ଟ କରି ଗମ୍ଭୀରଙ୍କୁ କଟାକ୍ଷ କରିଥିଲେ। ଗମ୍ଭୀରଙ୍କୁ କଟାକ୍ଷ କରିବା ଶ୍ରୀଶାନ୍ତଙ୍କୁ ମହଙ୍ଗା ପଡ଼ିଯାଇଛି।

ଶ୍ରୀଶାନ୍ତଙ୍କ ପାଖକୁ ଲିଜେଣ୍ଡସ କ୍ରିକେଟ୍‌ ଲିଗ ପକ୍ଷରୁ ନୋଟିସ ପଠାଯାଇଛି। ଏହି ନୋଟିସରେ ଉଲ୍ଲେଖ ରହିଛି କି, ‘କଣ୍ଟ୍ରାକ୍ଟରେ ଥିବା ସର୍ତ୍ତର ଭଙ୍ଗ କରାଯାଇଛି।  ଶ୍ରୀଶାନ୍ତ ଯେପର୍ଯ୍ୟନ୍ତ ଗମ୍ଭୀରଙ୍କୁ କଟାକ୍ଷ କରିଥିବା ପୋଷ୍ଟ ହଟାଇବେ ନାହିଁ ସେ ପର୍ଯ୍ୟନ୍ତ ତାଙ୍କର କୌଣସି କଥା ଶୁଣାଯିବ ନାହିଁ।’

ଗତ ବୁଧବାର ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ୍‌ (ଏଲ୍‌ଏଲ୍‌ସି)ରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ଗୁଜରାଟ ଜାଏଣ୍ଟସ୍‌ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ସମୟରେ ଗମ୍ଭୀର ଓ ପୂର୍ବତନ ଦ୍ରୁତ ବୋଲର ଏସ୍‌ ଶ୍ରୀଶାନ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଏହି ଘଟଣାକୁ ନେଇ ପଡ଼ିଆ ଭିତରର ଉକ୍ତ ବାକ୍‌ ଯୁଦ୍ଧକୁ ଶ୍ରୀଶାନ୍ତ ସାମାଜିକ ଗଣମାଧ୍ୟମରେ ପ୍ରଘଟ କରିବା ସହ ଗମ୍ଭୀର ବାରମ୍ବାର ତାଙ୍କୁ ‘ଫିକ୍ସର’ ସ‌େମ୍ବାଧନ କରୁଥିବା ଭିଡିଓରେ କହିଥିଲେ।

ଏହାପରେ ଗମ୍ଭୀର ଏହି ଭିଡିଓର ଜବାବ ଦେବାକୁ ଯାଇ କହିଥିଲେ, ‘ଯେତେବେଳେ ପୂରା ଦୁନିଆରେ ଦୃଷ୍ଟିଗୋଚର ହେବାକୁ ଇଚ୍ଛା ସେତେବେଳେ ହସ।’

Related posts

ରାହୁଲଙ୍କୁ ଶ୍ରେଷ୍ଠ ଫିଲ୍ଡର ମେଡାଲ : ରାହୁଲଙ୍କୁ ଏମିତି ସରପ୍ରାଇଜ ଦେଲେ ଫିଲ୍ଡିଂ କୋଚ

Odisha Sports Bureau

ଅଷ୍ଟ୍ରେଲିଆ ତୃତୀୟ ଟି-୨୦ ମ୍ୟାଚ୍ ପାଇଁ ଡକାଇଲା ସବୁଠାରୁ ଖତରନାକ୍ ବୋଲର୍

Odisha Sports Bureau

ତାଲିବାନର ଅଦ୍ଭୁତ ପ୍ରତିଶୃତି

Odisha Sports Bureau