Badminton

ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ: ସାଇନା,କଶ୍ୟପ ଓ ସୌରଭ ସେମିଫାଇନାଲରେ

(ଓଡ଼ିଶା ସ୍ପୋର୍ଟ) : ଆସାମର ଗୌହାଟୀଠାରେ ୮୩ତମ ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିୟନ ସାଇନା ନେହ୍ୱାଲଙ୍କ ସହିତ ପାରୁପଲ୍ଲୀ କଶ୍ୟପ ଓ ସୌରଭ ବର୍ମା ସେମି ଫାଇନାଲରେ ପ୍ରବେଶ କରିଛନ୍ତି।
ଜାତୀୟ ବ୍ୟାଡମିଣ୍ଟନ ସାଇନା କ୍ୱାର୍ଟର ଫାଇନାଲରେ ନେହା ପଣ୍ଡିତଙ୍କୁ ୨୧-୧୦ ଓ ୨୧-୧୦ରେ ହରାଇ ସେମିରେ ପ୍ରବେଶ କରିଛନ୍ତି। କଶ୍ୟପ ପ୍ରତିପକ୍ଷ ବୋଧିତ ଯୋଶୀଙ୍କୁ ୨୧-୧୮ ଓ ୨୧-୧୬ରେ ପରାସ୍ତ କରି ସେମିରେ ପହଞ୍ଚି ଯାଇଛନ୍ତି।
ତେବେ କ୍ୱାର୍ଟର ଫାଇନାଲରେ ଏକ ରୋମାଞ୍ଚକର ମ୍ୟାଚରେ ସୌରଭ ବାଜିମାତ କରିଛନ୍ତି। କ୍ୱାର୍ଟର ଫାଇନାଲରେ ସୌରଭଙ୍କ ମୁକାବିଲା ସାଇ ପ୍ରଣୀତଙ୍କ ସହ ହୋଇଥିଲା। ଏହି ମ୍ୟାଚରେ ଉଭୟ ଖେଳାଳି ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ।
ପ୍ରଥମେ ସେଟକୁ ସୌରଭ ୨୧-୧୧ରେ ଜିତି ନେଇଥିଲେ। କିନ୍ତୁ ଦ୍ୱିତୀୟ ସେଟକୁ ପ୍ରଣୀତ ୨୩-୨୧ରେ କବଜା କରି କମବ୍ୟାକ କରିଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ସେଟ୍କୁ ସୌରଭ ୨୧-୧୮ରେ ଜିତି ସେମି ଫାଇନାଲ୍ରେ ପ୍ରବେଶ କରିଥିଲେ।

Related posts

ଅନ୍ତଃରାଷ୍ଟ୍ରିୟ ବ୍ୟାଡମିଣ୍ଟନରୁ ଲି ଜୁୁ ରୁଇଙ୍କ ସନ୍ନ୍ୟାସ

Odisha Sports Bureau

ତାଜିକସ୍ତାନରେ ସ୍ବର୍ଣ୍ଣ ଜିତିଲେ ପଣ୍ଡା ଭଉଣୀ

Odisha Sports Bureau

ଓଡିଆ ହିରୋଙ୍କୁ ସ୍ୱାଗତ

Odisha Sports Bureau