Cricket

ଆଇପିଏଲରୁ ବାଦ ପଡିଲେ ସାମ କରନ

ନୂଆଦିଲ୍ଳୀ: ଟି-ଟ୍ୱେଣ୍ଟି ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ଦଳ ପାଇଁ ଲାଗିଛି ଏକ ବଡ ଝଟକା । ଦଳର ଷ୍ଟାର ଅଲରାଉଣ୍ଡର ସାମ କରନ ବିଶ୍ୱକପରୁ ବାଦ ପଡିଥିବା ଜଣା ପଡିଛି । କେବଳ ସେତିକି ନୁହେଁ, ଚଳିତ ଆଇପିଏଲ ସିଜନ ୨୦୨୧ରୁ ମଧ୍ୟ ସେ ବାହାରି ଯାଇଛନ୍ତି । ତେବେ ତାଙ୍କ ସ୍ଥାନରେ ଇଂଲଣ୍ଡ ବୋର୍ଡ ଷ୍ଟାଣ୍ଡବାଇ ଖେଳାଳୀ ଭାବେ ଥିବା ସାମଙ୍କ ଭାଇ ଟମ କରନଙ୍କୁ ବିଶ୍ୱକପ ଦଳରେ ସ୍ଥାନ ଦେଇଛି । ଏଥି ସହିତ ଅନ୍ୟତମ ବୋଲର ରିସ ଟପ୍ଲେଙ୍କୁ ରିଜର୍ଭ ଖେଳାଳୀ ଭାବେ ଚୟନ କରିଛି ଇସିବି ।
ଆଇପିଏଲରେ ରାଜସ୍ଥାନ ବିପକ୍ଷ ମ୍ୟାଚରେ ପ୍ରଥମେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ ସାମ କରନ । ଏହାପରେ ସ୍କାନ କରିବାରୁ ସେ ଆହତ ହୋଇଥିବା ଜଣାପଡିଛି । ତେଣୁ ସେ ଅ।।ସନ୍ତା ଦୁଇ ଦିନ ମଧ୍ୟରେ ୟୁଏଇ ଛାଡି ଇଂଲଣ୍ଡ ଫେରି ଆସିବେ । ଏହାପରେ ଇସିବିର ଏକ ମେଡିକାଲ ଟିମ ତାଙ୍କର ପୁନର୍ବାର ସ୍କାନ କରି ସ୍ଥିତି ସମୀକ୍ଷା କରିବେ ।
ପରିବର୍ତ୍ତିତ ଇଂଲଣ୍ଡ ଦଳ:
ଇଅନ ମୋର୍ଗାନ(ଅଧିନାୟକ), ମୋଇନ ଅଲ୍ଲୀ, ଜୋନି ବେୟାରଷ୍ଟୋ, ସାମ ବିଲିଙ୍ଗ୍ସ, ଜୋସ ବଟଲର, ଟମ କରନ, କ୍ରିସ୍ ଜୋର୍ଡାନ, ଲିୟାମ ଲିଭିଙ୍ଗଷ୍ଟୋନ, ଡେଭିଡ୍ ମଲାନ, ଟାଇମଲ ମିଲ୍ସ, ଆଦିଲ ରଶିଦ, ଜାସନ ରୟ, ଡେଭିଡ୍ ଓ୍ଵିଲି, କ୍ରିସ୍ ଓ୍ଵକ୍ସ, ମାର୍କ ଉଡ୍।
ରିଜର୍ଭ ଖେଳାଳୀ:

ଲିୟାମ ଡାସନ, ରିସ୍ ଟୋପଲେ, ଜେମ୍ସ ଭିନ୍ସ।

Related posts

ନ୍ୟୁଜିଲାଣ୍ଡର କ୍ରମାଗତ ବିଜୟ

Odisha Sports Bureau

ଅଣ୍ଡର-୧୯ ବିଶ୍ବକପ୍‌ ଏବଂ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ

Odisha Sports Bureau

ପ୍ରଥମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ

Odisha Sports Bureau