Cricket

ବିରାଟଙ୍କୁ ଶୁଭେଚ୍ଛା ଜଣାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ

ମୁମ୍ବାଇ : ବିଶ୍ୱକପ ସେମିଫାଇନାଲରେ ବିରାଟଙ୍କ ବିରାଡ ରେକର୍ଡ । ନ୍ୟୁଜଲାଣ୍ଡ ବିରୋଡଧରେ ବିରାଟ ଶତକ ହାସଲ କରିଛନ୍ତି । ଏହା ସହ ବିରାଟ ଏକ ମାତ୍ର ଖେଳାଳି ଯିଏ ଦିନିକିଆ ମ୍ୟାଚରେ ୫୦ ତମ ଶତକ ହାସଲ କରିଛନ୍ତି । ସଚିନ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୪୯ଟି ଶତକ ମାରିଥିବାବେଳେ, କୋହଲି ଆଜିର ଶତକକୁ ମିଶାଇ ମୋଟ ୫୦ଟି ଅର୍ଦ୍ଧଶତକ ମାରିସାରିଲେଣି । ଏ ନେଇ ସଚିନ ତେନ୍ଦୁଲକର  X   କରିଛନ୍ତି  । ବିରାଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମାଷ୍ଟର ବ୍ଳାଷ୍ଟର   ।

ସଚିନ ତାଙ୍କ Xରେ ଲେଖିଛନ୍ତି .. ମୁଁ ଯେତେବେଳେ ତୁମକୁ ଡ୍ରେସିଙ୍ଗ ରୁମରେ ଭେଟିଥିଲି, ସେତେବେଳେ ଟିମର ଖେଳାଳି ମାନେ ତୁମ ସହ ଛୋଟ ମଜାକ କରିଥିଲେ ସଚିନଙ୍କ ପାଦ ଛୁଇଁ ଆଶୀର୍ବାଦ ନେବାକୁ ପଡିବ । ମୁଁ ସେ ଦିନ ମୋ ହସ ଅଟକାଇ ପାରି ନ ଥିଲି । କିନ୍ତୁ ବହୁତ ଶୀଖ୍ର ତୁମେ ମୋ ହୃଦଅ ଛୁଇଁଛ ତୁମର ଖେଳର ପ୍ରତିଭା ଦେଖାଇ । ଆଜି ଜଣେ ଯୁବ ଖେଳାଳିରୁ ଜଣେ ‘ବିରାଟ’ ଖେଳାଳି ହେବାର ଦେଖି ମୁଁ ବହୁତ ଖୁସି ଅଛି।

ମୋ ଠୁ ଅଧିକ ଖୁସି ଆଜି ଆଉ କେହି ନଥିବେ । ମୋର ଏହି ରେକର୍ଡ ଆଜି ସେମିଫାଇନାଲ ପରି ଏକ ବଡ ମ୍ୟାଚରେ ଭାଙ୍ଗିଛ,ି ସେ ପୁଣି ମୋ ହୋମ ଗ୍ରାଉଣ୍ଡରେ ।

Related posts

ଡୋମିନିକାରେ ଟେଷ୍ଟ ସିରିଜ ପାଇଁ ଅଭ୍ୟାସ କରୁଛି ଟିମ୍ ଇଣ୍ଡିଆ

Odisha Sports Bureau

ଭାରତୀୟ ମହିଳା କ୍ରିକେଟ ଦଳର ସ୍ମୃତି ମାନ୍ଧାନା ବିରଳ ରେକର୍ଡର ଅଧିକାରିଣୀ ହୋଇଛନ୍ତି

ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଅନ୍ତିମ ୧୫ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା କରିଛି; ମାର୍ନସ୍ ଲାବୁସେନଙ୍କୁ ମିଳିଲା ସ୍ଥାନ, ଏଗର ବାହାର

Odisha Sports Bureau