Cricket

ଭାରତୀୟ ଟିମର ଅଭ୍ୟାସ ସେଶନରେ ଯୋଗ ଦେଲେ ସାମୀ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଟିମର ଅଭ୍ୟାସ ସେଶନ ଆରମ୍ଭ ହୋଇଛି । ଆଘାତରୁ ମୁକୁଳିଥିବା ମହମ୍ମଦ ସାମୀ ୧୪ ମାସ ପରେ ଟିମ ଇଣ୍ଡିଆ ସହିତ ଜଡିତ ହୋଇଛନ୍ତି । ସାମୀ ବାମ ଗୋଡରେ ବ୍ୟାଣ୍ଡେଜ ବାନ୍ଧି ଅଭ୍ୟାସ କରିଥିଲେ । ବୋଲିଂ କୋଚ ମୋର୍ଣ୍ଣେ ମୋର୍କେଲ ଦୀର୍ଘ ସମୟ ସାମୀଙ୍କ ସହିତ କାଟିଥିଲେ । ପ୍ରାୟ ୧ ଘଣ୍ଟା ଧରି ବୋଲିଂ ଅଭ୍ୟାସ କରିବା ପରେ ସେ ଫିଲ୍ଡିଂ ମଧ୍ୟ କରିଥିଲେ । ଅଭିଷେକ ଶର୍ମା ଓ ତିଳକ ବର୍ମାଙ୍କ ପରେ ଯୁବ ବ୍ୟାଟ୍ସମ୍ୟାନ ସାମୀଙ୍କ ବୋଲିଂକୁ ଉଚିତ ମୁକାବିଲା ମରିପାରି ନ ଥିଲେ ।
ସାମୀ ଏବେ ଟି ୨୦ ସିରିଜରେ ଖେଳିବେ । ସାମୀ ଏହା ପୂର୍ବରୁ ରଣଜୀ ଟ୍ରଫି, ସୟେଦ ମୁସ୍ତାକ ଅଲି ଟି ୨୦ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଖେଳିଥିଲେ । ଅର୍ଶଦୀପ ସିଂଙ୍କ ବ୍ୟତୀତ ଅନ୍ୟ ସମସ୍ତ କେଳାଳି ଏହି ଅଭ୍ୟାସ ସେଶଦରେ ଯୋଗ ଦେଇଥିଲେ । ଅର୍ଶଦୀପ ଖୁବ ଶୀଘ୍ର ଦଳ ସହିତ ଯୋଗ ଦେବେ । ସୋମବାର ସମ୍ପୂର୍ଣ୍ଣ ଟିମ ଅଭ୍ୟାସ କରିବ ।

Related posts

ବିଶ୍ଵକପ୍ ୨୦୨୬: ଭାରତ-ପାକିସ୍ତାନ ପାଇଁ ଶ୍ରୀଲଙ୍କାରେ ସୁରକ୍ଷା କଡାକଡି

Odisha Sports Bureau

ଗତକାଲି ଆଇପିଏଲ ମ୍ୟାଚରେ ଶୁବମନ୍ ଗିଲ୍‌ଙ୍କ ଜଲୱା ଦେଖିବାକୁ ମିଳିଥିଲା

ବୟସ ଓ ଫିଟ୍ନେସ୍ ସମସ୍ୟା ଯୋଗୁ ସବୁ ପ୍ରକାରର କ୍ରିକେଟ୍ରୁ ଅବସର ନେଲେ ମୁନାଫ ପଟେଲ୍

Odisha Sports Bureau