Cricket

ସଫଳ ହୋଇଛି ଶାମିଙ୍କ ସର୍ଜରୀ , ମେଡିକାଲରୁ ସେୟାର କଲେ ଫଟେରା

ସଫଳ ହୋଇଛି ଭାରତୀୟ କ୍ରିକେଟ ଟିମର ସୁପରଷ୍ଟାର ବୋଲର ମହମ୍ମଦ ଶାମିଙ୍କ ସର୍ଜରୀ । ତେବେ ଦିନିକିଆ ବିଶ୍ୱକପ ପରେ ଆହତ ହୋଇଥିବା ଶାମି ଟିମରୁ ବାଦ ପଡିଛନ୍ତି । ବିଶ୍ୱ କପରେ ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା । ଏବେ ତାଙ୍କ ଗୋଇଠି ସର୍ଜରୀ ସଫଳ ହୋଇଥିବା କୁହାଯାଉଛି । ସର୍ଜରୀ ପରେ ତାଙ୍କର ମେଡିକାଲର ଫୋଟ ସୋସିଆଲ ମିଟିଆରେ ସେୟାର କରିଛନ୍ତି । ଫଟୋ ସେୟାର କରିବା ସହିତ ଭାବପିହ୍ୱଳ ପୂର୍ଣ୍ଣ ମେସେଜ ମଧ୍ୟ ସେୟାର କରିଛନ୍ତି । ଶାମିି ତାଙ୍କ ମେସେଜରେ ଲେଖିଛନ୍ତି ଯେ, ଗୋଇଠି ସର୍ଜରୀ ସଫଳ ହୋଇଛି, ଭଲ ହେବା ପାଇଁ କିଛି ଦିନ ସମୟ ଲାଗିବ, ମୁଁ ନିଜ ଗୋଡରେ ପୁଣିଥରେ ଠିଆ ହେବ ପାଇଁ ଖୁବ ଉତ୍ସାହିତ ରହିଛି ।
ତେବେ ଏହି ସର୍ଜାୀ ପାଇଁ ଶାମି ଆଇପିଏଲ -୨୦୨୪ ରୁ ବାଦ ପଡିଛନ୍ତି । ଶାମିଙ୍କ ବାଦ ପଡିବା ଯୋଗୁଁ ଗୁଜୁରାଟ ଟାଇଟନ୍ସକୁ ଏକ ଶକ୍ତ ଝଟକା ଦେଇଛି । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚରେ ଶାମି ଶେଷ ଥର ପାଇଁ ଖେଳୁଥିବାର ନଜର ଆସିଥିଲେ ।

Related posts

ଟିମ୍ ଇଣ୍ଡିଆ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର

IPL ପାଇଁ ଖେଳାଳି ନିଲାମ ଆରମ୍ଭ, ଜାଣନ୍ତୁ କେଉଁ ଖେଳାଳୀଙ୍କୁ କିଣିଲେ କିଏ

Odisha Sports Bureau

ମେଗା ନିଲାମରେ କେବଳ ଏତେ ସଂଖ୍ୟକ ଖେଳାଳିଙ୍କୁ ରଖାଯିବ! ଆସିଲା ବଡ ଅପଡେଟ

Odisha Sports Bureau