ଟିମ୍ର ଷ୍ଟାର ବ୍ୟାଟର ରିଙ୍କୁ ସିଂଙ୍କୁ ମାଙ୍କଡ କାମୁଡିଥିବା ଖୁଲାସା କରିଛନ୍ତି ଟିମର ପ୍ରିନ୍ସ ଶୁବମନ ଗିଲ୍ । ବିସିସିଆଇ ସେୟାର କରିଥିବା ଇଣ୍ଟରଭ୍ୟୁ ଭିଡିଓରେ ଏକଥା ଜାଣିବାକୁ ମିଳିଛି । ଟିମ୍ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ, ଦିନିକିଆ ଏବଂ ଟି୨୦ ସିରିଜ ଖେଳିବ । ଆସନ୍ତାକାଲିରୁ ଦିନିକିଆ ସିରିଜ ଆରମ୍ଭ ହେବ । ନେଟସରେ ଅଭ୍ୟାସ କରୁଥିବା ବେଳେ ରିଙ୍କୁଙ୍କ ସହିତ ଏକ ଇଣ୍ଟରଭ୍ୟୁରେ ଏଭଳି କଥା ସାମ୍ନାକୁ ଆସିଛି ।
ବିସିସିଆଇ ଭାରତୀୟ ଷ୍ଟାର ବ୍ୟାଟର ରିଙ୍କୁ ସିଂଙ୍କ ଏକ ଇଣ୍ଟରଭ୍ୟୁ ସେୟାର କରିଛି, ସେଥିରେ ରିଙ୍କୁ କୋଚ ରାହୁଲ ଦ୍ରାବିଡଙ୍କ ସହିତ କଥା ହେଉଛନ୍ତି । ରିଙ୍କୁ ୫ ନଂ ସ୍ଥାନରେ ବ୍ୟାଟିଂ କରୁଥିବା ବିଷୟରେ ଆଲୋଚନା କରାଯାଉଛି । କିଭଳି ୟୁପି ପାଇଁ ଏହି ନମ୍ବରରେ ଖେଳୁଥିଲେ ବୋଲି କହୁଛନ୍ତି ।
ଇଣ୍ଟରଭ୍ୟୁ ଶେଷ ହେବା ପରେ ଶୁଭମନ ଗିଲ ପଛରୁ ଏଣ୍ଟ୍ରି ମାରି କହୁଛନ୍ତି, ରିଙ୍କୁ ସିଂଙ୍କୁ ମାଙ୍କଡ କାମୁଡିଥିଲା, ତେଣୁ ସେ ଏତେ ଜୋରରେ ଦୌଡୁଛନ୍ତି । ଏହାପରେ ସେ ହାତ ଦେଖାଇ କେଉଁ ଜାଗାରେ ମାଙ୍କଡ କାମୁଡିଥିଲା, ତାହା ଦେଖାଉଛନ୍ତି । କିନ୍ତୁ କେବେ ଏବଂ କେଉଁଠି ଏହି ଘଟଣା ହୋଇଥିଲା, ତାହା ବିଷୟରେ ରିଙ୍କୁ କିଛି କହିନାହାନ୍ତି ।