Cricket

ସ୍ପାଇଡର ମ୍ୟାନ୍‌ ପାଇଁ ଭଏସ ଦେବେ ଶୁବମନ ଗିଲ୍‌

ମୁମ୍ବାଇ : ଅନ୍ତର୍ଜାତୀୟ କ୍ରିକେଟର ଶୁବମନ ଗିଲ୍‌ ଖୁବ୍‌ ଶୀଘ୍ର ସିନେମା ଜଗତରେ ମଧ୍ୟ ପାଦ ଥାପିବାକୁ ଯାଉଛନ୍ତି। ଅଭିନୟ ମାଧ୍ୟମରେ ନୁହେଁ ବରଂ ଜଣେ ଭଏସ୍‌ ଡବିଂ ଆର୍ଟିଷ୍ଟ ଭାବେ ସେ ପ୍ରଚ୍ଛଦପଟରେ କାମ କରିବେ। ଭାରତୀୟ ଅନିମେଟେଡ୍‌ ଚଳଚ୍ଚିତ୍ର ‘ସ୍ପାଇଡର ମ୍ୟାନ୍‌: ଆକ୍ରସ ଦ ସ୍ପାଇଡର ଭର୍ସ’ ରେ ସୁପରହିରୋ ପବିତ୍ର ପ୍ରଭାକରଙ୍କ ପାଇଁ ସେ ସ୍ବର ଦେବେ। ଏହି ସିନେମା ସୋନି ପକ୍‌ଚର୍ସ ଏଣ୍ଟରଟେନମେଣ୍ଟ ଇଣ୍ଡିଆ ପକ୍ଷରୁ ଜୁନ୍‌ ୨ ତାରିଖରେ ସାରା ଭାରତରେ ମୁକ୍ତିଲାଭ କରିବାକୁ ଯାଉଛି।

ଏ ସଂକ୍ରାନ୍ତରେ ସୋନି ଏଣ୍ଟରଟେନମେଣ୍ଟ ଓ ଗିଲ୍‌ଙ୍କ ପକ୍ଷରୁ ସୋସିଆଲ୍‌ ମିଡିଆରେ ଘୋଷଣା କରାଯାଇଛି। ଉଭୟ ହିନ୍ଦୀ ଓ ପଞ୍ଜାବୀ ଭାଷାରେ ଗିଲ୍‌ ଡବ୍‌ କରିବେ। ସେହିପରି କରଣ ସୋନି ଏହାକୁ ଇଂରାଜୀ ଭାଷାରେ ଡବ୍‌ କରିବେ ବୋଲି ସୂଚନା ଦିଆଯାଇଛି। ସାରା ଭାରତରେ ଇଂରାଜୀ, ହିନ୍ଦୀ, ତାମିଲ, ତେ‌ଲୁଗୁ, କନ୍ନଡ, ମାଲାୟଲମ୍‌, ଗୁଜରାଟୀ, ମରାଠୀ, ପଞ୍ଜାବୀ ଓ ବେଙ୍ଗଲି ଭାଷାରେ ଏହି ସିନେମା ମୁକ୍ତିଲାଭ କରିବ।

Related posts

ପଞ୍ଜାବ କିଙ୍ଗସ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Odisha Sports Bureau

ବଦଳିବ ଆଇପିଏଲର ରୂପରେଖ

Odisha Sports Bureau

କିକ୍ରେଟରଙ୍କ ଡ଼ୋପ ଟେଷ୍ଟ ପାଇଁ ନାଡ଼ାକୁ ସହମତି ପ୍ରଦାନ କଲା ବିସିସିଆଇ

Odisha Sports Bureau