Cricket

ଆଫଗାନିସ୍ତାନକୁ ହରାଇ ଫାଇନାଲରେ ଫାଇନାଲରେ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା

ମୁମ୍ବାଇ : ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା । ନିଜ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଆଇସିସି ଇଭେଣ୍ଟର ଫାଇନାଲରେ କରିଛି ଏଣ୍ଟ୍ରି । ଆଉ ସେପଟେ ଆଫଗାନିସ୍ତାନ ଫାଇନାଲ ଆଶା ଧୂଳିସାତ । ସେମି ମୁକାବିଲାରେ ଦକ୍ଷିଣ ଆଫ୍ରିକା ଠାରୁ ୯ ୱିାକଟରେ ପରାସ୍ତ ହୋଇଛି । ଏହାସହିତ ରସିଦ ସେନାର ବିଶ୍ୱକପ ଅଭିଯାନ ଶେଷ ହୋଇଛି । ସେମି ମୁକାବିଲାରେ ଟସ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଦଳ ଆଶା ଅନୁସାରେ କରିପାରିନଥିଲା ବ୍ୟାଟିଂ ପ୍ରଦର୍ଶନ । ଲିଗ ଏବଂ ସୁପର -୮ ଷ୍ଟେଜରେ ବିରୋଧୀଙ୍କ ବୋଲରଙ୍କ ପାଇଁ ଟେନସନ ସାଜିଥିବା ଗୁରବାଜଙ୍କୁ ସଅଳ ଆଉଟ କରିଥିଲେ ଦକ୍ଷିଣ ଆଫ୍ରିକା ବୋଲର । ଆଉ ଏହାପରେ ପଡିଚାଲିଲା ଆଫଗାନୀ ବ୍ୟାଟରଙ୍କ ୱିକେଟ । ଅଜମତୁଲ୍ଲାଙ୍କୁ ଛାଡି ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର ବି କରିପାରିନଥିଲେ । ଶେଷରେ ମାତ୍ର ୧୩ ଓଭର ବ୍ୟାଟିଂ କରି ଦଳ ୫୬ ରନରେ ଅଲଆଉଟ ହୋଇଯାଇଥିଲା । ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ ଏବଂ ସାମସି ସର୍ବାଧିକ ୩ ଟି ଲେଖାଏଁ ୱିକେଟ ନେଇଥିବା ବେଳେ ରାବାଡା ଏବଂ ନୋର୍ଟଜି ୨ ଟି ଲେଖାଏଁ ୱିକେଟ ନେଇଥିଲେ । ବାକି କେଶବ ମହାରାଜ କେବଳ ଜଣେ ବୋଲର ଯାହାଙ୍କ ଖାତା କୌଣସି ବି ୱିକେଟ ଯାଇନାହିଁ ।
ସେପଟେ ୫୭ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟର । ସମସ୍ତେ ଭାବୁଥିଲେ କି ପୂର୍ବ ମ୍ୟାଚ ପରି ଆଫଗାନୀ ବୋଲର ସଂଘର୍ଷ କରିବେ । ଆଉ ମ୍ୟାଚ ବେଶ ରୋମାଞ୍ଚକ ହେବ । ହେଲେ ଶେଷରେ ହନରିକ୍ସଙ୍କ ୨୯ ରନ ଏବଂ ମାକ୍ରମଙ୍କ ୨୩ ରନ ବଳରେ ସେମି ମ୍ୟାଚ ଜିତିଯାଇଛି ଦକ୍ଷିଣ ଆଫ୍ରିକା । ମାତ୍ର ୮.୫ ଓଭରରେ ୧ ୱିକେଟ ହରାଇ ମ୍ୟାଚ ଜିତିଯାଇଥିଲା ।

Related posts

ସିଏସକେର ବିଜୟ ପରେ ବିରାଟ ଜାଡେଜାଙ୍କୁ ଚାମ୍ପିଅନ୍ କହିଲେ କୋହଲି ବୋଲି ଧୋନିଙ୍କୁ ଜଣାଇଲେ ବିଶେଷ ଅଭିନନ୍ଦନ

ଦ୍ୱିତୀୟ ଟେଷ୍ଟ,ଟସ ଜିତି ଭାରତର ବ୍ୟାଟିଂ

Odisha Sports Bureau

ବାରବାଟି ଷ୍ଟାଡିୟମରେ ଖେଳାଯିବ ଆନ୍ତଃରାଜ୍ୟ T20 ଟୁର୍ଣ୍ଣାମେଣ୍ଟ : ଷ୍ଟାଡିୟମରେ ବସି ମାଗଣାରେ ଖେଳ ଦେଖିବେ ଦର୍ଶକ

Odisha Sports Bureau