Hockey Uncategorized

ହକି ତାରକାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁୂବନେଶ୍ୱର: ଏସୀୟ କ୍ରୀଡାରେ ଓଡିଆ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ନିକଟରେ ଶେଷ ହୋଇଥିବା ୧୯ତମ ଏସିଆନ କ୍ରୀଡାରେ ସ୍ୱର୍ଣ୍ଣ ପଦକ ବିଜେତା ହକି ତାରକା ଅମିତ ରୋହିଦାସ ଓ ବ୍ରୋଞ୍ଜ ପଦକ ବିଜେତା ଦୀପ ଗ୍ରେସ ଏକ୍କାଙ୍କୁ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ଉଭୟ ଖେଳାଳି ଭାରତ ପକ୍ଷରୁ ଉଭୟ ପୁରୁଷ ଓ ମହିଳା ହକିରେ ଦସ୍ୱବ ଜଣ ଓଡିଆ ଖେଳାଳି ଥିଲେ ।

ସୂଚନା ଅନୁଯାୟୀ, ଚୀନ ଏସୀୟ କ୍ରୀଡ଼ାରେ ପୁରୁଷ ହକି ଦଳ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିବା ବେଳେ ମହିଳା ଟିମ୍ ବ୍ରୋଞ୍ଜ ପଦକ ଲାଭ କରିଛି। ଦୁଇ ଖେଳାଳିଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ରାଜ୍ୟକୁ ଗର୍ବିତ କରିଛନ୍ତି । ସେମାନଙ୍କ ନିଷ୍ଠା, କଠିନ ପରିଶ୍ରମ ରାଜ୍ୟ ପାଇଁ ସମ୍ମାନ ଆଣିଦେଇଛି । ଉଭୟ ଅମିତ ରୋହିଦାସ ଏବଂ ଦୀପ ଗ୍ରେସ୍ ଏକ୍କା ଏହି ସମ୍ମାନ ପାଇଁ କୃତଜ୍ଞତା ଜଣାଇଥିଲେ। ସେମାନଙ୍କ କ୍ରୀଡ଼ା ସଫଳତା ଦ୍ୱାରା ଓଡ଼ିଶା ଏବଂ ଦେଶ ପାଇଁ ଅଧିକ ଗୌରବ ଆଣିବାକୁ କଠିନ ପରିଶ୍ରମ ଜାରି ରଖିବୁ ବୋଲି କହିଥିଲେ।

Related posts

ଭାରତୀୟ ସିନିୟର ମହିଳା ଜାତୀୟ ଫୁଟବଲ୍ ଦଳର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଲାଇଭ ଷ୍ଟ୍ରିମିଂ

Odisha Sports Bureau

ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ବ କରିବେ କିଟ୍ ଓ କିସ୍ ବିଶ୍ବ ବିଦ୍ୟାଳୟର ୧୪ ଜଣ ଖେଳାଳି

Odisha Sports Bureau

ବିଶ୍ୱକପ ଜୁନିୟର ହକି ପାଇଁ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଛି ବେଲଜୟମ ଟିମ୍

Odisha Sports Bureau