ଭୁୂବନେଶ୍ୱର: ଏସୀୟ କ୍ରୀଡାରେ ଓଡିଆ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ନିକଟରେ ଶେଷ ହୋଇଥିବା ୧୯ତମ ଏସିଆନ କ୍ରୀଡାରେ ସ୍ୱର୍ଣ୍ଣ ପଦକ ବିଜେତା ହକି ତାରକା ଅମିତ ରୋହିଦାସ ଓ ବ୍ରୋଞ୍ଜ ପଦକ ବିଜେତା ଦୀପ ଗ୍ରେସ ଏକ୍କାଙ୍କୁ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ଉଭୟ ଖେଳାଳି ଭାରତ ପକ୍ଷରୁ ଉଭୟ ପୁରୁଷ ଓ ମହିଳା ହକିରେ ଦସ୍ୱବ ଜଣ ଓଡିଆ ଖେଳାଳି ଥିଲେ ।
ସୂଚନା ଅନୁଯାୟୀ, ଚୀନ ଏସୀୟ କ୍ରୀଡ଼ାରେ ପୁରୁଷ ହକି ଦଳ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିବା ବେଳେ ମହିଳା ଟିମ୍ ବ୍ରୋଞ୍ଜ ପଦକ ଲାଭ କରିଛି। ଦୁଇ ଖେଳାଳିଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ରାଜ୍ୟକୁ ଗର୍ବିତ କରିଛନ୍ତି । ସେମାନଙ୍କ ନିଷ୍ଠା, କଠିନ ପରିଶ୍ରମ ରାଜ୍ୟ ପାଇଁ ସମ୍ମାନ ଆଣିଦେଇଛି । ଉଭୟ ଅମିତ ରୋହିଦାସ ଏବଂ ଦୀପ ଗ୍ରେସ୍ ଏକ୍କା ଏହି ସମ୍ମାନ ପାଇଁ କୃତଜ୍ଞତା ଜଣାଇଥିଲେ। ସେମାନଙ୍କ କ୍ରୀଡ଼ା ସଫଳତା ଦ୍ୱାରା ଓଡ଼ିଶା ଏବଂ ଦେଶ ପାଇଁ ଅଧିକ ଗୌରବ ଆଣିବାକୁ କଠିନ ପରିଶ୍ରମ ଜାରି ରଖିବୁ ବୋଲି କହିଥିଲେ।