Cricket

ଗାଏନାରେ ବର୍ଷା ଆଶଙ୍କା, ଖେଳ ନହେଲେ ଫାଇନାଲ ଯିବ ଭାରତ

ବ୍ୟୁରୋ : ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଭାରତ ସେମିଫାଇନାଲରେ ଏଣ୍ଟ୍ରି ମାରିଛି | ଏହି ଦ୍ବିତୀୟ ସେମିଫାଇନାଲ୍‌ରେ ଭାରତର ମୁକାବିଲା ଇଂଲଣ୍ଡ ସହିତ ହେବ। ଏହି ମ୍ୟାଚ୍‌ ଗାଏନାସ୍ଥିତ ପ୍ରୋଭିଡେନ୍ସ ଷ୍ଟାଡିୟମ୍‌ରେ ଭାରତୀୟ ସମୟ ଗୁରୁବାର ରାତି ୮ଟାରେ ଖେଳାଯିବ। କିନ୍ତୁ ମ୍ୟାଚ୍‌ ଦିନ ଏଠାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଗୁରୁବାର ସକାଳେ ଗାଏନାରେ ୮୮ ପ୍ରତିଶତ ବର୍ଷା ହେବା ଆଶଙ୍କା ରହିଛି। ଏପରିକି ପ୍ରବଳ ଘଡ଼ଘଡି ମାରିବା ସମ୍ଭାବନା ୧୮ ପ୍ରତିଶତ ଅଛି। ସ୍ଥାନୀୟ ସମୟ ଦିନ ୧୦ଟା ୩୦ ମିନିଟ୍‌ରେ ମ୍ୟାଚ୍‌ ଆରମ୍ଭ ହେବ। ତେଣୁ ଦ୍ବିତୀୟ ସେମିଫାଇନାଲ୍‌ ସୁରୁଖୁରୁରେ ଆୟୋଜନ ହେବା ନେଇ ଆଶଙ୍କା ଦେଖାଦେଇଛି। ପ୍ରଥମ ସେମିଫାଇନାଲ୍‌ ପରି ଦ୍ବିତୀୟ ସେମିଫାଇନାଲ୍‌ରେ କୌଣସି ସଂରକ୍ଷିତ ଦିବସ ରଖାଯାଇ ନାହିଁ। କିନ୍ତୁ ମ୍ୟାଚ୍‌ ଆୟୋଜନ ପାଇଁ ଆୟୋଜକଙ୍କ ପାଖରେ ଅତିରିକ୍ତ ୨୫୦ ମିନିଟ୍‌ ଦିଆଯାଇଛି। ଯଦି ମ୍ୟାଚ୍‌ ଆରମ୍ଭ କରାଇବାରେ ବର୍ଷା ବାଧା ଦିଏ, ତାହେଲେ ଅତିରିକ୍ତ ସମୟ ମଧ୍ୟରେ ଖେଳକୁ ଶେଷ କରgବାକୁ ଚେଷ୍ଟା କରାଯାଇପାରିବ। ଯଦି ବର୍ଷା ଦ୍ବାରା ସଂପୂର୍ଣ୍ଣ ଭାବେ ମ୍ୟାଚ୍‌ (ଅତିରିକ୍ତ ସମୟ ସହିତ) ଧୋଇ ହୋଇଯାଏ, ତାହେଲେ ଭାରତ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିବ। ଏହାର କାରଣ ହେଉଛି ସୁପର-୮ରେ ଭାରତର ସର୍ବୋତ୍କୃଷ୍ଠ ପ୍ରଦର୍ଶନ। ଭାରତ ଏହି ପର୍ଯ୍ୟାୟରେ ସମସ୍ତ ୩ ମ୍ୟାଚ୍‌ରେ ବିଜୟୀ ହୋଇଥିଲା। କିନ୍ତୁ ଇଂଲଣ୍ଡ ଗ୍ରୁପ୍‌-୧ରେ ଦ୍ବିତୀୟ ସ୍ଥାନରେ ରହି ସେମିଫାଇନାଲ୍‌କୁ ଆସିଥିଲା।

Related posts

ଆଜିଠୁ ଆଇପିଏଲ ୧୬ତମ ସଂସ୍କରଣ, ୧୦ଟି ଟିମ ଭିତରେ ଲାଗିବ ଟକ୍କର

Odisha Sports Bureau

ପ୍ରଥମ ମ୍ୟାଚ ହାରିବା ପରେ ସିଜିନକୁ କମ୍‌ବ୍ୟାକ୍‌ କଲା ଧୋନି ବାହିନୀ,

ଆଜି ରାଜସ୍ଥାନ-ପଞ୍ଜାବ ମୁହାଁମୁହିଁ

Odisha Sports Bureau