Cricket

ଭାରତ-ଶ୍ରୀଲଙ୍କା ଟି୨୦ ଆନ୍ତର୍ଜାତିକ ସିରିଜ୍‌: ବାଦ ପଡ଼ିଲେ ସୂର୍ଯ୍ୟକୁମାର ଯାଦବ ଓ ଦୀପକ ଚହର୍‌

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ଭାରତରେ ହେବାକୁ ଥିବା ୩ ମ୍ୟାଚ୍‌ବିଶିଷ୍ଟ ‘ଟି୨୦ ଆନ୍ତର୍ଜାତିକ ସିରିଜ୍‌’ ଖେଳ ନିମନ୍ତେ ଟିମ୍‌ ଇଣ୍ଡିଆରୁ ସୂର୍ଯ୍ୟକୁମାର ଯାଦବ ଓ ଦୀପକ ଚହର୍‌ଙ୍କୁ ବାଦ୍‌ ଦିଆଯାଇଛି। ଏ ସଂକ୍ରାନ୍ତରେ ଜାରି ବିବୃତିରେ ‘ବିସିସିଆଇ’ କହିଛି କୋଲ୍‌କାତାରେ ଅନୁଷ୍ଠିତ ୩ୟ ‘ଟି୨୦ ଆନ୍ତର୍ଜାତିକ’ ମ୍ୟାଚ୍‌ରେ ୱେ‌ଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ବୋଲିଙ୍ଗ୍‌ କରିବା ବେଳେ ଦୀପକ ଓ ସୂର୍ଯ୍ୟକୁମାର ଆଘାତ ହୋଇଛନ୍ତି । ଚିକିତ୍ସା କରାଇ ଆଘାତରୁ ଉପସମ ପାଇବାକୁ ବର୍ତ୍ତମାନ ସେମାନେ ବେଙ୍ଗାଲୁରୁସ୍ଥିତି ‘ନ୍ୟାସ୍‌ନାଲ୍‌ କ୍ରିକେଟ୍‌ ଏକାଡେମି’ ଅଭିମୁଖେ ଯିବେ। ସୂଚନାଯୋଗ୍ୟ ଯେ ଆସନ୍ତାକାଲି ଲକ୍ଷ୍ନୌରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ‘ଟି୨୦ ଆନ୍ତର୍ଜାତିକ’ ସିରିଜ୍ ଆରମ୍ଭ ହେବ। ଏଥିପାଇଁ ‘ଟିମ୍‌ ଇଣ୍ଡିଆ’ରେ ଅଛନ୍ତି: ରୋହିତ ଶର୍ମା (ଅଧିନାୟକ), ଋତୁରାଜ ଗାଏକ୍‌ୱାଡ୍‌, ଶ୍ରେୟସ୍‌ ଆୟେର୍‌, ସଞ୍ଜୁ ସାମ୍‌ସନ୍‌, ଈଶାନ୍‌ କିଷାନ୍‌ (ୱିକେଟ୍‌ ରକ୍ଷକ), ଭେଙ୍କଟେଶ ଆୟେର୍‌, ଦୀପକ ହୁଦା, ରବୀନ୍ଦ୍ର ଜାଡେଜା, ଯୁଜବେନ୍ଦ୍ର ଚହଲ୍‌, ରବି ବିଷ୍ଣୋଇ, କୁଲଦୀପ୍‌ ଯାଦବ, ମହମ୍ମଦ୍‌ ସିରାଜ, ଭୁବନେଶ୍ବର କୁମାର, ହର୍ଷଲ୍‌ ପଟେଲ୍‌, ଯଶପ୍ରୀତ୍‌ ବୁମ୍‌ରା (ଉପଅଧିନାୟକ), ଅୱେଶ ଖାଁ।

Related posts

ଆଜି ଚେନ୍ନାଇ ସୁପର କିଙ୍ଗ ଓ ରାଜସ୍ଥାନ ରୋୟାଲ ମଧ୍ୟରେ ଟକ୍କର

Odisha Sports Bureau

ଭାରତ ଠାରୁ ହାରିଲା ପାକିସ୍ତାନ, ଆଇସିସି ଶୁଣାଇଲେ ନିଷ୍ପତ୍ତି

Odisha Sports Bureau

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ କ୍ରିକେଟର ଶବ୍ଦ କାଟିଲେ ଭୁବି

Odisha Sports Bureau