Cricket

ଅଧିନାୟକ ଶୁବମନ ଗିଲ୍ ଙ୍କ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଆଶ୍ଚର୍ଯ୍ୟଜନକ ରେକର୍ଡ

ବର୍ମିଂହାମ-: ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ଶୁବମନ ଗିଲ୍ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ଦ୍ୱିଶତକ ହାସଲ କରି ଅନେକ ଆଶ୍ଚର୍ଯ୍ୟଜନକ ରେକର୍ଡ ନିଜ ନାମରେ କରିଛନ୍ତି । ଗିଲ୍ ଟେଷ୍ଟରେ ଦ୍ୱିଶତକ ହାସଲ କରିଥିବା ପ୍ରଥମ ଏସୀୟ ଅଧିନାୟକ ହେବା ସହିତ ଇଂଲଣ୍ଡ ମାଟିରେ ଦ୍ୱିଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଅଧିନାୟକ ହୋଇଛନ୍ତି । ୫୦୯ ମିନିଟ୍‌ ବ୍ୟାଟିଂ କରି ନିଜ ପାଳିରେ ୩୮୭ ବଲ୍‌ରେ ୩୦ଟି ଚୌକା ଓ ୩ ଛକା ମାରି ୨୬୯ ରନ୍‌ କରିଛନ୍ତି ଶୁବମନ ଗିଲ୍ । ଏଥିସହିତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୫୮୭ ରନ୍‌ର ବଡ଼ ସ୍କୋର୍ ଛିଡ଼ା କରି ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି । ଏଜବେଷ୍ଟନ ଗ୍ରାଉଣ୍ଡରେ ୧୫୦ରୁ ଅଧିକ ରନ କରିବା ସହ ସବୁଠୁ ବଡ଼ ପାଳି ଖେଳିଛନ୍ତି ଅଧିନାୟକ ଗିଲ୍ । ଏଥିସହିତ  ପୂର୍ବତନ ଅଧିନାୟକ  ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି  । ଟେଷ୍ଟ ଫର୍ମାଟରେ ଏହା ଗିଲଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଟେଷ୍ଟରେ ଶୁବମନ ଗିଲ୍ ଙ୍କ ଏହା ପ୍ରଥମ ଦ୍ୱିଶତକ । ଏହାପୂର୍ବରୁ ତାଙ୍କ ସର୍ବଶ୍ରେଷ୍ଠ ସ୍କୋର ଥିଲା ୧୪୭ ।

ପ୍ରଥମଦିନରେ ଶତକ ହାସଲ କରି ଅପରାଜିତ ଥିବା ଶୁଭମନ ଗିଲ୍‌ ଗୁରୁବାର ଦ୍ୱିତୀୟ ଦିନରେ ମାରାଥନ୍‌ ଇନିଂସ ଖେଳିଥିବା ବେଳେ ଦୁଇ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଓ ୱାଶିଂଟନ ସୁନ୍ଦର ତାଙ୍କ ସହ ଲମ୍ବା ଭାଗୀଦାରି କରିବାରୁ ଭାରତର ଏହି ବିଶାଳ ସ୍କୋର୍‌ ସମ୍ଭବ ହୋଇଛି । ତେବେ ଇଂଲଣ୍ଡକୁ ଦ୍ୱିତୀୟ ଦିନରେ ମାତ୍ର ୧୦୦ ମିନିଟ ବ୍ୟାଟିଂ କରିବାର ସୁଯୋଗ ମିଳିଥିଲା । କିନ୍ତୁ ଭାରତୀୟ ପେସ୍‌ ବୋଲର ଇଂଲଣ୍ଡକୁ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ । ଦ୍ୱିତୀୟ ଦିନ ଶେଷରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩ ୱିକେଟ୍‌ ହରାଇ ୭୭ ରନ୍‌ କରିପାରିଛି । ୭ ୱିକେଟ୍‌ ବାକିଥାଇ ଇଂଲଣ୍ଡ ଏବେ ୫୧୦ ରନ୍‌ ପଛ​ରେ  ରହିଛି ।

Related posts

ଆଇପିଏଲରେ ସବୁଠାରୁ କନିଷ୍ଠ ଖେଳାଳି ପ୍ରୟାସ ରାୟ ବର୍ମନ

Odisha Sports Bureau

ଭାରତ ଛାଡିବା ପୂର୍ବରୁ ମୁହଁ ଖୋଲିଲେ ନବୀନ ଉଲ ହକ୍

ସମୟ ଥିଲା ମଶ୍ଚିଦ୍ ରେ ଝାଡୁ ମାରୁଥିଲେ ଏହି କ୍ରିକେଟର, ଡେବ୍ୟୁ ମ୍ୟାଚରେ ହିଁ ଭାରତକୁ କରିଥିଲେ ‘ବିଶ୍ୱ ଚମ୍ପିଆନସିପ୍’

Odisha Sports Bureau