Cricket

ବଦଳିବ ଦିନିକିଆ ବିଶ୍ୱକପର ଫର୍ମାଟ

ଦୁବାଇ: ଖୁବ ଶୀଘ୍ର ବଢିବ ଦିନିକିଆ ବିଶ୍ୱକପର ରୋମାଞ୍ଚ । କ୍ରିକେଟ ବିଶ୍ୱକପକୁ ଆହୁରି ରୋମାଞ୍ଚ କରିବା ପାଇଁ କରୁଛି ଯୋଜନା, ନେଇଛି ଏକ ବଡ ନିଷ୍ପତ୍ତି । ଆସନ୍ତା ୨୦୨୭ ବିଶ୍ୱକପରେ ଟ୍ରଫି ପାଇଁ ୧୦ ବଦଳରେ ଲଢିବେ ୧୪ ଦଳ । ରାଙ୍କିଙ୍ଗ ହିସାବରେ ସ୍ତାନ ପାଇବେ ଶୀର୍ଷ ୧୦ ଦଳ ଏବଂ କ୍ୱାଲିଫାଏ ଆଧାରରେ ଟୁର୍ଣ୍ଣାମେଣ୍ଟରେ ଅନ୍ୟ ୪ ଦଳ ପ୍ରବେଶ କରିବେ । ତେବେ ୨୦୨୩ ବିଶ୍ୱକପରେ ୧୦ଟି ଦଳ ହିଁ ଖେଳିବେ । ଛୋଟ ଛୋଟ ଦେଶଗୁଡିକୁ ବଡ ଇଭେଣ୍ଟରେ ଯୋଡିବା ପାଇଁ ଆଇସିସି ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ।
୨୦୨୭ରେ ହେବାକୁ ଥିବା ଏହି ବଡ ପରିବର୍ତ୍ତନକୁ ମଞ୍ଜୁର କରିଛି ଆଇସିସି । ୨୦୨୩ ବିଶ୍ଵ କପ୍ ପାଇଁ ଆଇସିସି ୧୩ଟି ଦଳ ମଧ୍ୟରେ ସୁପର ଲିଗ୍ ଆରମ୍ଭ କରିଥିଲା। ଏଥିରେ ୧୨ ପୂର୍ଣ୍ଣ ସଦସ୍ୟଙ୍କ ବ୍ୟତୀତ ନେଦରଲାଣ୍ଡଙ୍କୁ ସୁଯୋଗ ଦିଆଯାଇଛି। ପ୍ରତିଟି ଦଳ ୮ ସିରିଜ୍ ଖେଳିବେ। ୪ଟି ସିରିଜ୍ ଘରୋଇ ଗ୍ରାଉଣ୍ଡ ଏବଂ ୪ ବିଦେଶରେ ଖେଳିବେ। ମାତ୍ର ଏହି ନିୟମ ଶେଷ କରାଯାଇ ୨୦୨୭ରେ ଦଳ ସଂଖ୍ୟା ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

Related posts

୪୦୮ ରନରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ ପରିସମାପ୍ତି, ଭାରତଠାରୁ ୧୬୩ ରନରେ ଆଗୁଆ

Odisha Sports Bureau

୮ ୱିକେଟ୍ ରେ ଟିମ୍ ଇଣ୍ଡିଆକୁ ହରାଇ ନ୍ୟୁଜିଲ୍ୟାଣ୍ଡର ବୃହତ ବିଜୟ

Odisha Sports Bureau

କିଏ ଏହି ସୁନ୍ଦରୀ ଯାହାଙ୍କ ସହ ଆଇପିଏଲ୍ ଟ୍ରଫି ଜିତିବା ପରେ ନଜର ଆସିଲେ ଶ୍ରେୟସ୍ ଆୟର? ଭାଇରାଲ ହେଉଛି ଫଟୋ