କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ କୁସ୍ତିଯୋଦ୍ଧାଙ୍କ ଆଲୋଚନା ପରେ ଅନ୍ଦୋଳନକୁ କିଛି ଦିନ ପାଇଁ ସ୍ଥଗିତ ରଖିଛନ୍ତି କୁସ୍ତିଯୋଦ୍ଧା । କ୍ରୀଡ଼ାମନ୍ତ୍ରୀଙ୍କ ସହିତ ହୋଇଥିବା ୫ ଘଣ୍ଟାର ଏହି ଆଲୋଚନାରେ ୫ଟି ଦାବି ରଖିଛନ୍ତ କୁସ୍ତିଯୋଦ୍ଧା ।
ସାକ୍ଷୀ ମଲ୍ଲିକ, ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆଙ୍କ ଭଳି ପ୍ରମୁଖ କୁସ୍ତିଯୋଦ୍ଧା ଚାକିରିରେ ଯୋଗଦେବା ପରେ ବି ଥମୁନି ଆନ୍ଦୋଳନ । କ୍ରୀଡ଼ାମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଆସନ୍ତା ୧୫ ତାରିଖ ପର୍ୟ୍ୟନ୍ତ ଦାବି ପୂରଣ ପାଇଁ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ଭାରତୀୟ କୃସ୍ତିଯୋଦ୍ଧା ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ସିଂହଙ୍କ ଗିରଫ ଓ ଅନ୍ୟାନ୍ୟ ଦାବି ରଖିଛନ୍ତି । ଜୁନ୍ ୧୫ ତାରିଖ ସୁଦ୍ଧା ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ତଦନ୍ତ ଶେଷ ହେବ ବୋଲି କ୍ରୀଡ଼ାମନ୍ତ୍ରୀ କୁସ୍ତିଯୋଦ୍ଧାଙ୍କୁ ପ୍ରତିଶୃତି ଦେଇଛନ୍ତି । କିନ୍ତୁ ବ୍ରିଜଭୂଷଣ ଗିରଫ ହେବା ନେଇ ମନ୍ତ୍ରୀ କୌଣସି ସୂଚନା ଦେଇନାହାଁନ୍ତି । ଡବ୍ଲ୍ୟୁଏଫଆଇରେ ସ୍ୱଚ୍ଛ ଏବଂ ଅବାଧ ନିର୍ବାଚନ, ବ୍ରିଜ୍ଭୂଷଣ ଅବା ତାଙ୍କ ପରିବାରର କୌଣସି ସଦସ୍ୟ ଡବ୍ଲ୍ୟୁଏଫଆଇରେ ରହିପାରିବେ ନାହିଁ, କୁସ୍ତିଯୋଦ୍ଧାଙ୍କ ଉପରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ସହ ବ୍ରିଜଭୂଷଣଙ୍କୁ ଗିରଫ ଦାବି କରିଛନ୍ତି କୁସ୍ତିଯୋଦ୍ଧା ।