Cricket

ଭଙ୍ଗାଗଲା ନସାଉ କ୍ରିକେଟ ଷ୍ଟାଡିୟମ

ନ୍ୟୁ ୟର୍କ: ଟି-୨୦ ବିଶ୍ଵକପ୍ ଇତିହାସର ସବୁଠୁ ଚର୍ଚ୍ଚିତ ଏବଂ ରହସ୍ୟ ମୟୀ ପିଚ୍ରୁ ଗୋଟିଏ ହେଉଛି ନ୍ୟୁୟର୍କର ନସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମର ପିଚ୍। ଏହି ଷ୍ଟାଡିୟମରେ ଚଳିତ ବିଶ୍ଵକପରେ ଖେଳାଯାଇଥିବା ସମସ୍ତ ମ୍ୟାଚ୍ ଲୋ ସ୍କୋରିଂ ରହିଥିଲା । ତଥାପି ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିଥିଲା । ଏହି ପିଚ୍ ସର୍ବଦା ବୋଲରଙ୍କ ପାଇଁ ମନେ ରଖାଯିବ। ପିଚ୍ର ଅସ୍ଵାଭାବିକ ପ୍ରକୃତିକୁ ନେଇ ଆଇସିସିକୁକଡ଼ା ସମାଲୋଚନା କରାଯାଇଥିଲା । ଏବେ ଏହି ଷ୍ଟାଡିୟମର ଆଉ ରହିବ ନାହିଁ। ଭାରତ ବନାମ ଆମେରିକା ମ୍ୟାଚ୍ ସରିବା ପରେ ଏହି ଷ୍ଟାଡିୟମର ଭାଙ୍ଗିବା କାର୍ୟ୍ୟ ଆରମ୍ଭ ହୋଇ ଯାଇଛି। ଏହି ଷ୍ଟାଡିୟମକୁ ନ୍ୟୁୟର୍କର ଆଇଜନହାବର ପାର୍କରେ ନିର୍ମାଣ କରାଯାଇଥିଲା । ଏହି ପାର୍କକୁ କ୍ରୀଡ଼ା ଓ ଦର୍ଶକ ଙ୍କ ପାଇଁ ସୁରକ୍ଷିତ ଷ୍ଟାଡିୟମରେ ତିଆରି କରାଯାଇଥିଲା । ହେଲେ ଗତ ଛଅ ସପ୍ତାହରେ ଏହି ଷ୍ଟାଡିୟମ ସଂପୂର୍ଣ୍ଣ ଗାଏବ ହୋଇଯିବ। ଏହି ଷ୍ଟାଡିୟମରେ ୪ ଡ୍ରପ ଇନ ପିଚ୍ର ବ୍ୟବହାର କରା ଯାଇଥିଲା , ଯାହା କିଛି ମାସ ପୂର୍ବେ ଆଡିଲେରୁ ମଗାଯାଇଥିଲା । ଏହି ପିଚ୍କୁ ସେଟ୍ ହେବାରେ ୮ରୁ ୧୦ ମାସ ସମୟ ଲାଗିଥାଏ। ମାତ୍ର ନ୍ୟୁୟର୍କରେ ୮ରୁ ୧୦ ସପ୍ତାହ ହୋଇ ନଥିଲା ଏହି ପିଚ୍ରେ ଟି-୨୦ ବିଶ୍ଵକପ୍ ଖେଳାଗଲା। ଏହି କାରଣରୁ ନସାଉ ଷ୍ଟାଡିୟମରେ ପ୍ରଥମ ଇନିଂ ସରେ ହାରାହାରି ସ୍କୋର ୧୦୮ ରନ ଥିଲା । ଆଇସିସିକୁ ଏହି ଷ୍ଟାଡିୟମ ନିର୍ମାଣରେ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁପଡ଼ିଛି। ଷ୍ଟାଡିୟମ ୧୦୬ ଦିନରେ ନିର୍ମା ଣ ହୋଇ ପ୍ରସ୍ତୁତ ହୋଇଥିଲା । ଏବେ ଏହାର ଭାଙ୍ଗିବା କାମ ଆରମ୍ଭ ହୋଇ ଯାଇଛି। କିଛି ଦିନରେ ଏହି ଷ୍ଟାଡିୟମର ଚିହ୍ନବର୍ଣ୍ଣ ରହିବହି ନାହିଁ।
ଟି-୨୦ ବିଶ୍ଵକପ୍ ୨୦୨୪ରେ ଏଠାରେ ମୋଟ୍ ୮ଟି ମ୍ୟାଚ୍ ଖେଳା ଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଦଳ ତିନି ଥର ବିଜୟ ଲାଭ କରିଥିବା ବେଳେ ଲକ୍ଷ୍ୟର ପିଛା କରିଥିବା ଦଳ ୫ ଥର ବିଜୟ ହାସଲ କରିଛି। ଭାରତୀୟ ଦଳ ଏଠାରେ ୩ଟି ମ୍ୟାଚ୍ ଖେଳି ସବୁ ଜିତିଛି। ଏହି ଷ୍ଟାଡିୟମର ଦର୍ଶକ ଧାରଣ କ୍ଷମତା ୩୪ ହଜାର ରହିଛି । ପୂର୍ବେ ଏହି ପଡ଼ିଆକୁ ଗୋଲ୍ଫ ଟୁର୍ଣ୍ଣା ମେଣ୍ଟ ଓ ଫର୍ମୁଲା ଓ୍ଵାନର ଲାସ ଭେଗାସ ଗ୍ରାଣ୍ଡ ପ୍ରିକ୍ସ ପରି ଆୟୋଜନ ପାଇଁ ବ୍ୟବହାର କରାଯାଉଥିଲା ।

Related posts

ଋଷବ ପନ୍ଥଙ୍କୁ ଧନ୍ୟବାଦ ଜଣାଇଲେ ଈଶାନ କିଷାନ, ବ୍ୟାଟ୍‌ରେ RP17 ଲେଖି କରିଥିଲେ ବ୍ୟାଟିଂ

ଆଇସିସି ଦିନିକିଆ ରାଙ୍କିଙ୍ଗ : ଗିଲ ନମ୍ବର ୱାନ ବ୍ୟାଟର, ସିରାଜ ନମ୍ବର ୱାନ ବୋଲର

Odisha Sports Bureau

କେମିତି ବୁକ କରିବେ ୱାର୍ଲଡ କପ ଟିକେଟ ?

Leave a Comment