ନୂଆଦିଲ୍ଲୀ: ଜୁନ ୯ ତାରିଖରେ ନ୍ୟୁୟର୍କର ନାସାଉ ଷ୍ଟାଡିୟମରେ ହୋଇଥିଲା ଟି-୨୦ ୱାର୍ଲ୍ଡକପର ହାଇଭୋଲଟେଜ ମ୍ୟାଚ । ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ – ପାକିସ୍ତାନ । ଏଥିରେ ୬ ରନରେ ମ୍ୟାଚ ହାତେଇନେଇଛି ଭାରତ । ଟି -୨୦ ବିଶ୍ୱକପରେ ଦ୍ୱିତୀୟଥର ପାଇଁ ପରାଜୟ ହୋଇଛି ପାକିସ୍ତାନ ।
ଭାରତ – ପାକିସ୍ତାନ ମ୍ୟାଚରେ ଉଭୟ ଦଳର ଅନେକ ଦିଗଜ ପ୍ଲେୟରଙ୍କୁ ନ୍ୟୁୟର୍କର ନାସାଉ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ଟୁର୍ଣ୍ଣାମେଣ୍ଟର ଗ୍ଲୋବାଲ ଆମ୍ଭାସେଡର ଯୁବରାଜ ସିଂ , ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ସାଜିଥିଲେ ମୁଖ୍ୟ ଆକର୍ଷଣ । ତ୍ରି-ମୂର୍ତ୍ତିଙ୍କୁ ଗୋଟିଏ ଫ୍ରେମରେ ପଡିଆରେ ଦେଖିବାକୁ ମିଳିଥିଲା ।
ଦ୍ରାବିଡ ଟିମ ଇଣ୍ଡିଆର ମୁଖ୍ୟ କୋଚ ଏବଂ ଯୁବରାଜ ଟି- ଟ୍ୱେଣ୍ଟି ବିଶ୍ୱକପର ବ୍ରାଣ୍ଡ ଆମ୍ବାସଡର ରହିଛନ୍ତି । ସଚିନ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ । ସମସ୍ତଙ୍କୁ ଏକାଠି ଦେଖି କ୍ରିକେଟ ପ୍ରଶଂସକ ଉତ୍ସାହ ହୋଇପଡିଥିଲେ । ପାକିସ୍ତାନର ସାହିନ ଆଫ୍ରିଦି ଏବଂ ୱେଷ୍ଟଇଣ୍ଡିଜର ପୂର୍ବତନ ଦୁର୍ଦ୍ଧର୍ଷ ବ୍ୟାଟର କ୍ରିଜ ଗେଲଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଆଫ୍ରିଦି ଟୁର୍ଣ୍ଣାମେଣ୍ଟର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି ।
ଟି ୨୦ ବିଶ୍ୱକପରେ ପାକିସ୍ତାନକୁ ହରାଇଲା ଭାରତ । ରୋମାଞ୍ଚକର ମୁକାବିଲାରେ ୬ ରନରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । କମ ସ୍କୋର ଥିଲେ ବି ଭାରତର ଘାକତ ବୋଲିଂରେ ମାଟି କାମୁଡିଛି ପାକିସ୍ତାନ । ନ୍ୟୁୟର୍କରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଦେଇଥିଲା ୧୨୦ ରନ ବିଜୟ ଲକ୍ଷ୍ୟ । ଜବାବରେ ପାକିସ୍ତାନ ନିର୍ଦ୍ଦାରିତ ଓଭରରେ ୧୧୩ ରନ କରି ପାରିଥିଲା ।
previous post
next post