Badminton

ସ୍ମାସ୍ ସଟ ମାରି ଗିନିଜ ୱାଲର୍ଡ ରେକର୍ଡ କଲେ ସାତ୍ତ୍ୱିକ

ସ୍ମାସ୍ ସଟ ମାରି ଗିନିଜ ୱାଲର୍ଡ ରୋକର୍ଡ କଲେ  ସାତ୍ତ୍ୱିକ  ସାଇରାଜ ରାଙ୍କରେଡ୍ଡୀ । ଭାରତୀୟ  ଷ୍ଟାର  ଖେଳାଳି  ସାଇରାଜ  ବ୍ୟାଡମିଣ୍ଟନରେ କରିଛନ୍ତି ରେକର୍ଡ । ସେ ୫୬୫ କିମି ପ୍ରତି ଘଣ୍ଟା ସ୍ପିଡରେ ସ୍ମାସ୍ ସଟ ମାରି କରିଛନ୍ତି ଗିନିଜ ୱାଲର୍ଡ ରେକର୍ଡ  । ଇଣ୍ଡୋନେସିଆ ଓପନ ସୁପର ୧୦୦୦ ଟାଇଟଲ ଜିତିଥିବା ସାଇରାଜ ଚିରାଗ ସେଟ୍ଟୀଙ୍କ ସହିତ ମିଶି ଖେଳୁଥିଲେ । ୨୦୨୧ରେ ମାଲେସିଆର ଟେନ ବୁନ ହିୟାଙ୍ଗଙ୍କ ରେକର୍ଡ ୪୯୩ ଘଣ୍ଟାପ୍ରତି ସ୍ପିଡ ରେକର୍ଡକୁ ଭାଙ୍ଗିଛନ୍ତି ସାଇରାଜ । ସାତ୍ତ୍ୱିକଙ୍କ ସ୍ମାସ୍ ସଟ ଫର୍ମୁଲା  ସ୍ପିଡ ଠାରୁ ଅଧିକ ଥିଲା   ଫର୍ମୁଲା କାର ଘଣ୍ଟା ପ୍ରତି ୩୭୨ କିମି  ଯାଉଥିବା ବେଳେ ସାତ୍ତ୍ୱିକଙ୍କ ସ୍ମାସ ଓଙ୍କ ସ୍ପିଡ ୫୬୫ କିମି ଘଣ୍ଟା ପ୍ରତି ରହିଥିଲା ।  ସେହିପରି ମହିଳା ବର୍ଗରେ ବ୍ୟାଡମିଣ୍ଟନରେ ସବୁଠାରୁ ଅଧିକ ସ୍ମାସ୍ ହିଟ୍ କରିଥିବା ଟେନ ପିୟର୍ଲିଙ୍କ ନାଁ ରହିଛି । ସେ ଘଣ୍ଟାପ୍ରତି ୪୩୮ କିମି ସ୍ପିଡରେ ସଟ୍ ଲଗାଇଥିଲେ ।

Related posts

ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ବିଜେତା ପ୍ରମୋଦଙ୍କୁ ୩୫ ଲକ୍ଷ ଟଙ୍କା ପୁରସ୍କାର ରାଶି

Odisha Sports Bureau

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ଲକ୍ଷ୍ୟ ସେନ

Odisha Sports Bureau

ସାଇନାଙ୍କ ପରେ ସିନ୍ଧୁ ବିଦା, ଆଗେଇଲେ ଶ୍ରୀକାନ୍ତ

Odisha Sports Bureau