Cricket

ଦିସ ଇଜ ମାହି ଲୁକ

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): କେବେ ଲମ୍ବା ଚୁଟି ତ କେବେ ସମର କଟ, ମୋହକ, ତ ଆଉ ପୁଣି କୋବ ଭି ହକ । ଭିନ୍ନ ଭିନ୍ନ ହେୟାର ଷ୍ଟାଇଲ କରି ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ଭାରତର ପୁର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଆନ୍ତର୍ଜାତୀୟ କ୍ରିକେଟ ଜଗତରୁ ସନ୍ୟାସ ନେଇ ସାରିଥିଲେ ବି ସମସ୍ତଭ୍କ ମନରେ ସେ ଏବେ ବି ରାଜ କରୁଛନ୍ତି । ସମସ୍ତେ ପଡିଆରେ ତାଙ୍କ ହେଲିକପ୍ଟର ଶଟ ସାଙ୍ଗକୁ ମଜାକିଆ ଅନ୍ଦାଜକୁ ଖୁବ ମିସ କରୁଥିବା ଦେଖା ଦେଇଛି । ଏବେ ସାରା ବିଶ୍ୱ ୱାର୍ଲଡ େ୍େଟ ଚମ୍ପିୟନସିପରେ ବ୍ୟସ୍ତ ଥିବା ବେଳେ ଧୋନୀ ନିଜ ପରିବାର ସହିତ ସିମଲା ଛୁଟି ମନାଉଛନ୍ତି । ଏହି ଛୁଟି ସମୟ ମଧ୍ୟରେ ମାହିଭ୍କର ଆଉ ଏକ ଲୁକ ସାମନାକୁ ଆସିଛି ଯାହା ଏବେ ସୋଶଲ ମିଡିଆରେ ଖୁବ ଭାଇରାଲ ହେବା ସହ ପ୍ରଶଂସକମାନେ ଏହାକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏହି ଲୁକରେ ଆହୁରି କୁଲ ଲାଗୁଛନ୍ତି କ୍ୟାପ୍ଟେନ କୁଲ ଧୋନୀ । ବଡ ନିଶ ଏବଂ ହିମାଚଳୀ ଟୋପିରେ ନଜର ଏଠାରେ ଆସିଛନ୍ତି ଧୋନୀ । ଏହି ଲୁକରେ ଧୋନୀଙ୍କୁ ଭେଟିବାକୁ ପ୍ରଶଂସକଙ୍କ ମନରେ ଥିଲା ଭରପୂର ଆଶା । ତେବେ ମାହି ମଧ୍ୟ ସେମାନଙ୍କୁ ନିରାଶ ନକରି କିଚି ଫ୍ୟାନ୍ସମାନଭ୍କୁ ଭେଟିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଧୋନୀଙ୍କୁ ସିମଲାରେ ତିଆରି ହୋଇଥିବା ୪ଟି କ୍ରିକେଟ ବ୍ୟାଟ ଉପହାର ଦେଇଥିବା ଜଣାଯାଇଛି । ଏହାପରେ ଧୋନୀ ତାଙ୍କ ସହିତ ଫଟୋ ଉଠାଇବା ସହ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି ।

Related posts

ବିରାଟଙ୍କ ନାମରେ ୮ହଜାର ରନ୍

ଅଧିନାୟକ ରୋହିତ ଶର୍ମା କ୍ରିକେଟର ଶୁଭମନ ଗିଲଙ୍କୁ ପାଗଳ ବୋଲି କହିଛନ୍ତି

Odisha Sports Bureau

୭୦ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ବିଜୟୀ

Odisha Sports Bureau