Cricket

ଜିମ୍ବାୱେ ଗସ୍ତ କରିଥିବା ବେଳେ ଦଳରେ ଆଉ ତିନି ଜଣ ଖେଳାଳିଙ୍କୁ ସାମିଲ

ମୁମ୍ବାଇ: ୨୦୨୪ ଟି -୨୦ ବିଶ୍ୱକପ ଟ୍ରଫି ଜିତିବା ପରେ ଜିମ୍ବାୱେ ଗସ୍ତରେ ଟିମ ଇଣ୍ଡିଆ । ଏହି ସିରିଜରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ସବୁ ଯୁବ ପ୍ଲେୟାରଙ୍କୁ ସାମିଲ କରାଯାଇଛି । ୧୬ ଜଣିଆ ଦଳ ଜିମ୍ବାୱେ ଗସ୍ତ କରିଥିବା ବେଳେ ଏବେ ଏହି ଦଳରେ ଆଉ ତିନି ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । ଭାରତୀୟ କ୍ରିକେଟ କୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ବୋର୍ଡର ଘୋଷଣା ମୁତାବିକ , ଜିମ୍ବାୱେ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ଦଳରେ ଆଉ ସେହି ତିନି ଖେଳାଳି ହେଲେ ବାମହାତୀ ବ୍ୟାଟର ସାଇ ସୁଦର୍ଶନ , ୱିକେଟ କିପର ବ୍ୟାଟର ଜିତେଶ ଶର୍ମା ଏବଂ ଦ୍ରୁତ ବୋଲର ହରଷିତ ରାଣା ରହିଛନ୍ତି ।
ବିଶ୍ୱକପ ଜିତିବା ପରେ ଜିମ୍ବାୱେ ସହ ଟି-୨୦ ସିରିଜ ଖେଳିବ ଟିମ ଇଣ୍ଡିଆ । ଦୁଇ ଦେଶ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଟି ୨୦ ସିରିଜ ଖେଳାଯିବ । ଜୁଲାଇ ୬ ତରିଖରୁ ମ୍ୟାଚ ଆରମ୍ଭ ହେବ । କ୍ୟାପ୍ଟେନ ଶୁଭମନ ଗିଲଙ୍କ ନେତୃତ୍ୱରେ ଯୁବ ଭାରତୀୟ ଟିମ ଜିମ୍ବାୱେ ସହ ମୁକାବିଲା କରିବ । ପ୍ରଥମ ଟି ୨୦ ମ୍ୟାଚ ଜୁଲାଇ ୬ ତାରିଖ , ଦ୍ୱିତୀୟ ୭ , ତୃତୀୟ୧୦ , ଚତୁର୍ଥ ୧୩ ଏବଂ ୫ମ ଟି -୨୦ ମ୍ୟାଚ ୧୪ ଜୁଲାଇରେ ହେବ ।
ତେବେ ଜିମ୍ବାୱେ ବିପକ୍ଷ ପ୍ରଥମ ଏବଂ ଦ୍ୱିତୀୟ ଟି ୨୦ ମ୍ୟାଚ ପାଇଁ ଭାରତୀୟ ଟିମ ରେ ଶୁବମନ ଗିଲ( ଅଧିନାୟକ) ଋତୁରାଜ ଗାୟକ୍ୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ , ଧ୍ରୁବ ଜୁରେଲ, ରିୟାନ ପରାଗ, ୱାଂଶିଟନ ସୁନ୍ଦର, ରବି ବତଷ୍ନୋଇ , ଆବେଶ ଖାନ, ଖଲିଲ ଅହମଦ, ମୁକେଶ କୁମାର , ତୁଷାର ଦେଶପାଣ୍ଡେ, ସାଇ ସୁଦର୍ଶନ , ଜିତେଶ ଶର୍ମା , ହର୍ଷିତ ରାଣା ରହିଥିôା ସୂଚନା ରହିଛି ।

Related posts

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ଥର ମା ବାପା ହେବାକୁ ଯାଉଛନ୍ତି

Odisha Sports Bureau

ଆଠଟି ବଲ୍‌ରେ ଲଗାତାର ଆଠଟି ଛକା

Odisha Sports Bureau

ବିରାଟିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

Odisha Sports Bureau